ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶାସକ ଦଳ ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଥିବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଭିଏଲଡବ୍ଲ୍ୟୁ ଭତ୍ତା ବଣ୍ଟୁଛନ୍ତି । ତଥ୍ୟ ପ୍ରମାଣ ସହ ନିର୍ବାଚନ କମିଶନଙ୍କ ନିକଟରେ ଆମେ ଫେରାଦ ହୋଇଛୁ । ବିଡିଓଙ୍କ ନିର୍ଦ୍ଦେଶରେ ଏଭଳି କରାଯାଉଥିବା ପ୍ରମାଣ ମିଲିଛି । ସେହିପରି ଭୁବନେଶ୍ୱର ଜୋନ୍ ନମ୍ବର ୩୦ ଓ ବାଙ୍କୀର ଜୋନ୍ ନମ୍ବର ୩୮ରେ ଶାସକ ଦଳର ଶହ ଶହ ଲୋକ ନିର୍ବାଚନ ପ୍ରଚାର କରୁଛନ୍ତି । ଏ ନେଇ ଭିଡିଓ ନିର୍ବାଚନ କମିଶନଙ୍କୁ ଦେଇଛି ବିଜେପି । ରାଜ୍ୟରେ ଶାସକ ଦଳ ସରକାରୀ କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ଲଗାଇଛନ୍ତି । ଶାସକ ଦଳକୁ ହାରିବା ଭୟ ଘାରିଛି । ଶାସକ ଦଳ ନିର୍ବାଚନ ହରିବା ଭୟରେ ଏପରି କରୁଛନ୍ତି । ଯଦି ନିର୍ବାଚନ କମିଶନ ଅଭିଯୋଗ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ, ଦରକାର ପଡ଼ିଲେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ବିଜେପି ।






More Stories
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..