ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଚର୍ଚ୍ଚା ଜାରିରହିଛି | ଏହା ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ପ୍ରତିକ୍ରିୟା ରଖି କହିଛନ୍ତି ଓଡ଼ିଶାରେ ବିଜେପି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ସହ ଦଳର ସ୍ଥିତିରେ ବହୁତ ଭଲ ପରିବର୍ତ୍ତନ(ସୁଧାର) ଆସିବ। ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ‘ଇଣ୍ଡିଆଟୁଡ଼େ କନକ୍ଲେଭ’ରେ ଯୋଗ ଦେଇ ସାମ୍ବାଦିକ ରାହୁଲ କନୱଲଙ୍କ ବିଜେଡି ସହ ମେଂଟ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ଶାହ କହିଛନ୍ତି ଯେ, ଓଡ଼ିଶାରେ ବିଜେପିର କ’ଣ ରଣନୀତି ରହିବ ତାହା ଏପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଧାରଣ କରିନାହାନ୍ତି। ମାତ୍ର ଏତିକି କହିପାରିବି, ଦଳ ଯାହାବି ରଣନୀତି କରିବ ସେଥିରେ ଓଡ଼ିଶାରେ ବିଜେପି ଉଭୟ ଲୋକସଭା ଓ ବିଧାନସଭାରେ ବହୁତ ଭଲ ପ୍ରଦର୍ଶନ କରିବ। ଆଉ ଆମର ସ୍ଥିତିରେ ବହୁତ ଭଲ ପରିବର୍ତ୍ତନ ଆସିବ ବୋଲି ଶ୍ରୀ ଶାହ କହିଛନ୍ତି।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….