ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧି ହେଉଛି । ଅନ୍ୟ ଦଳ ଛାଡ଼ି ବିଜେପି ମୁହାଁ ହୋଇଛନ୍ତି ନେତାମାନେ । ପୂର୍ବତନ ବିଜେଡି ବିଧାୟକ ଡମ୍ବୁରଧର ସିସା ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ବରିଷ୍ଠ କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର ସମେତ ଜଟଣୀର ବରିଷ୍ଠ ବିଜେଡି ନେତା ସନ୍ତୋଷ ଜେନା, ଧାମନଗରର ବରିଷ୍ଠ ବିଜେଡି ନେତା ତୁଷାର ମିଶ୍ର ଓ ବହୁ ବିଜେଡି ନେତାମାନେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତାମାନେ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ବିଜେପିରେ ସ୍ୱାଗତ କରିଛନ୍ତି ।






More Stories
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ…..
ଓଡିଶା ଆସିବେ ରାଷ୍ଟ୍ରପତି !…..
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..