ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପିରେ ଦୁଇ ବରିଷ୍ଠ ଡାକ୍ତର ଯୋଗ ଦେଇଛନ୍ତି । ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର ଓ ଡାକ୍ତର ପ୍ରତାପ ପାଣି ଏବେ ବିଜେପିରେ ଯୋଗଦେଇ ଜନତାଙ୍କ ସେବା କରିବାକୁ ଆଗେଇ ଆସିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ସେମାନେ ଯୋଗ ଦେଇଛନ୍ତି। ପ୍ରଶାନ୍ତ ମିଶ୍ର ଏମ୍ସରେ ନିଜର କାର୍ଯ୍ୟକାଳ ସମୟରେ ଲୋକଙ୍କୁ ସେବା ଯୋଗାଇଛନ୍ତି । ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ସେ କାମ କରିଥିବା କହିଛନ୍ତି। ସେହିପରି ଡାକ୍ତର ପ୍ରତାପ ପାଣି ପୂର୍ବରୁ ବିଜେଡିରେ ଥିଲେ । ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ ପ୍ରତି ଅନୁପ୍ରାଣିତ ହୋଇ ପଦ୍ମ ଧରିଛନ୍ତି । ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶ ସହ ଜନତାଙ୍କ ସେବା ରାଜନୀତି ପାଇଁ ବିଜେପିରେ ଯୋଗ ଦେଇଥିବା ସେ କହିଛନ୍ତି ।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….