ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଜନତା ପାର୍ଟିର ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନର ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହଙ୍କର ଗତଶନିବାର ପରଲୋକ ହୋଇଯାଇଛି। ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ କୁଅଁର ସର୍ବେଶ କୁମାର ସିଂହଙ୍କୁ ଯେବେ ଠାରୁ ଟିକେଟ ମିଳିଥିଲା ସେବେଠାରୁ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। କୁଅଁର କର୍କଟ ରୋଗରେ ପୀଡ଼ିତ ଥିଲେ। ଚଳିତ ଲୋକସଭା ନିର୍ବାଚନର ପାଇଁ ସାରା ଦେଶରେ ମୋଟ ୧୦୨ଟି ଆସନ ସହିତ ମୋରାଦାବାଦ ଲୋକସଭା ଆସନରେ ଏପ୍ରିଲ ୧୯ ତାରିଖ ଦିନ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ମୋରାଦାବାଦ ଲୋକସଭା ଆସନ ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ହୁଏତ ବିରୋଧୀ ଦଳ ଖୁସି ହୋଇଥାଇପାରନ୍ତି କିନ୍ତୁ ମୋରାଦାବାଦ ଲୋକସଭା ଆସନ ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହଙ୍କ ସମର୍ଥକ କହିଛନ୍ତି, କୁଅଁର ସର୍ବେଶ କୁମାର ସିଂହ ୨୦୧୪ ମସିହାରେ ମୋରାଦାବାଦରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ପରାଜିତ ହୋଇଥିବା ବେଳେ ଚଳିତଥର ମୋରାଦାବାଦରୁ ପୁଣି ପ୍ରାର୍ଥୀ ହୋଇଥିଲେ। ଆମେ ଆମ ପ୍ରାର୍ଥୀଙ୍କୁ ନେଇ ଖୁବ ଖୁସିଥିଲି। ନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତି ବି କରିସାରିଛୁ। ଭୋଟଦାନ ଦିନ ବି ମୋରାଦାବାଦର ବାସିନ୍ଦା ଖୁବ ଖୁସିରେ ନିଜନିଜ ଭୋଟ ଦେଇଥିଲେ। କିନ୍ତୁ ଏହାର ଗୋଟିଏ ଦିନ ପରେ ଏମିତି ଏକ ଦୁଃଖଦ ଘଟଣା ଘଟିବ କୁଅଁର ସର୍ବେଶ କୁମାର ସିଂହଙ୍କ ଭଳି ଜଣେ ପ୍ରଭାବଶାଳୀ ନେତା ଯେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯିବେ ଆମେ କେବେ ଭାବି ନଥିଲୁ। ଏଘଟଣା ସ୍ତବ୍ଧ କରି ଦେଇଛି।ସର୍ବେଶ କୁମାର ସିଂହଙ୍କ ଗତ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ମୋରାଦାବାଦ ଆସନରେ ପୁଣି ଥରେ ନିର୍ବାଚନ ହେବ ବୋଲି କୁହାଯାଉଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..