Report Card Odisha

| Daily Odia News

ରାଜ୍ୟ ବିଜେପିର ଓଡ଼ିଆ ସଂକଳ୍ପପତ୍ର ଲୋକାର୍ପିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ଓଡ଼ିଆ ସଂକଳ୍ପପତ୍ର ଲୋକାର୍ପିତ ହୋଇଛି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏହାକୁ ଉନ୍ମୋଚନ କରିଛନ୍ତି। ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ରର ଓଡ଼ିଆ ସଂସ୍କରଣକୁ ଲୋକାର୍ପିତ କରାଯାଇଛି। ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ରର ଓଡ଼ିଆ ସଂସ୍କରଣକୁ ଓଡ଼ିଶାର ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟ ସିଂ ତୋମର୍, ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଉପସଭାପତି ଗୋଲକ ମହାପାତ୍ର, ବରିଷ୍ଠ ନେତା ଦିଲୀପ ମଲ୍ଲିକ ଓ ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Breaking News