ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜଧାନୀରେ ରୋଡ ଶୋ’ କରିବେ ଜେ.ପି. ନଡ୍ଡା ଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କର ନିର୍ବାଚନୀ ସଭା ଆଉ ପ୍ରଚାର | ନଡ୍ଡା ସକାଳ ୯ଟାରେ ନଡ୍ଡା ମାଉସୀ ମା’ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ଶୋ’ କରିବେ। ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ସେହିପରି ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଆଜି ସେ ବ୍ରଜରଜନଗର, ବଣେଇ, ଅତାବିରା, ଜଟଣୀରେ ସଭା କରିବେ। ଆସନ୍ତାକାଲି କବିସୂର୍ଯ୍ୟନଗର, କଣ୍ଟାବାଞ୍ଝି , ଲୋଇସିଂହା, ସତ୍ୟବାଦୀ, ପିପିଲିରେ ସମାବେଶ କରିବେ। ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ତଳସରା, ବିଜେପୁର, ବୀରମହାରାଜପୁରରେ ସଭା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତାକାଲି ଆସିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଂଜନ ଲାଲ ଶର୍ମା। ସେ ସାନଖେମୁଣ୍ଡି, ଦଶପଲ୍ଲା, ଜି. ଉଦୟଗିରିରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ…..