Report Card Odisha

| Daily Odia News

ଓଡ଼ିଶା ଲୋକସଭା ଆସନରେ ଧର୍ମେନ୍ଦ୍ର,ବୈଜୟନ୍ତ,ଅପରାଜିତା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ଲୋକସଭାରେ ମୋଟ ୨୧ଟି ସିଟ ରହିଛି। ସେଥିମଧ୍ୟରୁ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି। ସବୁଠାରୁ ହାଇପ୍ରୋଫାଇଲ ଆସନ ସମ୍ବଲପୁର ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଭାଗ୍ୟ ପରୀକ୍ଷା କରୁଥିବା ବେଳେ ଆଗୁଆ ରହିଛନ୍ତି। ଏଠାରେ ସେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଲଢେଇ କରୁଛନ୍ତି। ସେପଟେ କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଗୁଆ ରହିଛନ୍ତି। ଏଠାରେ ଅଂଶୁମାନ ମହାନ୍ତିଙ୍କ ସହ କଡା ଟକ୍କର ହେଉଛି। ବରଗଡ ଆସନରେ ପ୍ରଦୀପ ପୁରୋହିତ, ଭୁବନେଶ୍ୱର ଆସନରେ ଅପରାଜିତା ଷଡଙ୍ଗୀ, ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର, ବଲାଙ୍ଗୀରରେ ସଙ୍ଗୀତା ସିଂହଦେଓ ଆଗୁଆ, କଳାହାଣ୍ଡିରେ ବିଜେପି ପ୍ରାର୍ଥୀ ମାଳବିକା ଦେଓ, କନ୍ଧମାଳରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସମାନ୍ତ, ଆସ୍କା ଲୋକସଭାରେ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁ ଆଗୁଆ ରହିଛନ୍ତି। ଅନ୍ୟପଟେ କୋରାପୁଟରେ ସପ୍ତଗିରି ଉଲାକା ଆଗୁଆ ରହିଛନ୍ତି।

Breaking News