Report Card Odisha

| Daily Odia News

ପୁଣି ଥରେ ସଭାପତି ହେବେ ମନମୋହନ!…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ନିର୍ବିବାଦୀୟ ଭାବରେ ମନମୋହନ ସାମଲ ପରବର୍ତ୍ତୀ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି। ଏନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ, ମାତ୍ର ଏକମାତ୍ର ପ୍ରାର୍ଥୀ ଭାବରେ ସେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ହିଁ ନିର୍ଦ୍ବନ୍ଦ୍ଵରେ ବିଜେପି ସଭାପତି ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇଛି। ମଙ୍ଗଳବାର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ଆସନ୍ତା ୩ ବର୍ଷ ପାଇଁ ତାଙ୍କ କାର୍ଯ୍ୟକାଳ ରହିବ।କେନ୍ଦ୍ରୀୟ ନେତା ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଗହଣରେ ମନମୋହନ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ୨୦୨୪ ନିର୍ବାଚନରେ ମନମୋହନ ନିଜର ଦକ୍ଷତା ପ୍ରତିପାଦନ କରିସାରିଛନ୍ତି। ୨୪ ନିର୍ବାଚନରେ ରାଜ୍ୟରେ ୨୪ ବର୍ଷ ହେଲା କ୍ଷମତାରେ ଥିବା ବିଜୁ ଜନତା ଦଳ ପରାସ୍ତ ହୋଇଛି। ବିଜେପିର ବିଜୟ ପଛରେ ମନମୋହନଙ୍କ ବଡ ଭୂମିକା ରହିଛି। ଏବେ ସେ ସଭାପତି ହେବାପରେ ଅଟକି ରହିଥିବା ବିଜେପିର ସାଙ୍ଗଠନିକ କାର୍ଯ୍ୟ ଆଗକୁ ବଢିବ ବୋଲି ଚର୍ଚ୍ଚା ହେଉଛି। ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ସଞ୍ଜୟ ଜୟସ୍ବାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି।

Breaking News