Report Card Odisha

| Daily Odia News

୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବ ବିଜେପି…..

Agartala, Feb 06 (ANI): Bharatiya Janata Party (BJP) supporters attend the public rally addressed by Union Home Minister Amit Shah (unseen) for the upcoming Tripura Assembly elections, at Santirbazar, in Agartala on Monday. (ANI Photo)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ହାତେଇଛି | ହେଲେ କାହାକୁ ମୁଖ୍ୟମନ୍ତ୍ରୀ କରିବ ତାହା ସ୍ଥିର ହୋଇ ନ ଥିବା ବେଳେ ସୋମବାର ଏଥିପାଇଁ ନାମ ଘୋଷଣା ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମନୋନୟନ ନିମନ୍ତେ ବିଜେପି ପକ୍ଷରୁ ଦଳୀୟ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହି ୩ଟି ରାଜ୍ୟ ଲାଗି ୩ଜଣ ଲେଖାଏଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ପର୍ଯ୍ୟବେକ୍ଷକଙ୍କ ତତ୍ତ୍ବାବଧାନରେ ବିଧାୟକ ଦଳ ବୈଠକ ବସି ମୁଖ୍ୟମନ୍ତ୍ରୀ ମନୋନୟନ କରାଯିବ। ଆଜି ରାଜସ୍ଥାନ ଓ ଛତିଶଗଡରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବିଧାୟକ ଦଳ ନେତା ନିର୍ବାଚନ କରାଯିବ। ତେବେ ମଧ୍ୟପ୍ରଦେଶରେ ଡିସେମ୍ବର ୧୧ରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ତିନି ରାଜ୍ୟର ବିଧାୟକ ଦଳ ବୈଠକ ପରେ ନିର୍ବାଚିତ ନେତାଙ୍କ ନାମକୁ କେନ୍ଦ୍ରୀୟ ନେତାଙ୍କ ଅନୁମୋଦନ ନିମନ୍ତେ ପଠାଯିବ। କେନ୍ଦ୍ରୀୟ ନେତାଙ୍କ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବ ଓ ପରବର୍ତ୍ତୀ ସମୟରେ ଶପଥ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରାଯିବ। ମୁଖ୍ୟମନ୍ତ୍ରୀ ପଦ ଲାଗି ଏହି ତିନି ରାଜ୍ୟରେ ଏକାଧିକ ନେତା ଦୌଡରେ ରହିଥିବାରୁ ଦ୍ବନ୍ଦ୍ବ ଲାଗି ରହିଛି।

Breaking News