ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ଆଜି ନିଷ୍ପତି ଆସିବ | ବିଜେପି ବିଧାୟକ ଦଳ ବୈଠକରେ ଆଜି ନାଁ ସ୍ପଷ୍ଟ ହେବ। ଆଜି ଓଡ଼ିଶାରେ ପହଞ୍ଚିବେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପିନ୍ଦର ଯାଦବ। ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନେଇ ବିଧାୟକ ଦଳ ବୈଠକ ବସିବ। ବୈଠକରେ ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବିଧାୟକଙ୍କ ଭିତରୁ କାହା ନାଁରେ ମୋହର ବାଜିବାର ସମ୍ଭାବନା ଥିବାରୁ ବିଧାୟକ ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟସଭାପତି ମନମୋହନ ସାମଲଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ଏହାସହ ଉପ ମୁଖ୍ୟମନ୍ତ୍ରୀ ଆସନରେ ବି ବିଧାୟକ ମୋହନ ଚରଣ ମାଝୀ ଏବଂ ଜୟ ନାରାୟଣ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି। ମନ୍ତ୍ରୀ ରେସରେ ହେଭିୱେଟ ଭାବେ ସୁରେଶ ପୂଜାରୀ, କେ.ଭି ସିଂଦେଓ, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ରବି ନାଏକ, ସୂରମା ପାଢୀ ଆଗରେ ରହିଛନ୍ତି। ଏହା ସହ ନୂଆ ମୁହଁ ଭାବେ ପୃଥ୍ୱୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ଦୁର୍ଗା ପ୍ରସନ୍ନ ନାୟକ, ସନାତନ ବିଜୁଳି, ଅମର ନାୟକ, ବିଭୁତି ଜେନା, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡଙ୍ଗୀ ଓ ଇରାଶିଷ ଆଚାର୍ଯ୍ୟଙ୍କୁ ବି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ।
More Stories
ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡ…..
୨୪ରୁ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ…..
ଓଡିଶା ବହୁ ବିଧ ଖଣିଜ ସମ୍ପଦରେ ଭରପୂର ରାଜ୍ୟ….