ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳିତ ବର୍ଷ ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପ୍ରସ୍ତୁତି ଆରମ୍ଭ କରି ଦେଇଛି ବିଜେପି। ଆଜି ଦଳ ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କରିଛି। କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ରାଜସ୍ଥାନ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। ସେହିଭଳି ଗୁଜରାଟର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଓ କୁଲଦୀପ ବିଷ୍ଣୋଇଙ୍କୁ ରାଜସ୍ଥାନର ନିର୍ବାଚନ ସହପ୍ରଭାରୀ ନିଯୁକ୍ତ କରାଯାଇଛି। ବରିଷ୍ଠ ନେତା ପ୍ରକାଶ ଜାଭଡ଼େକରଙ୍କୁ ଦଳ ତେଲେଙ୍ଗାନାର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦେଇଛି। ସେହିଭଳି ସୁନୀଲ ବଂଶଲଙ୍କୁ ତେଲେଙ୍ଗାନାର ନିର୍ବାଚନ ସହପ୍ରଭାରୀ ଦାୟିତ୍ୱ ଦେଇଛି ଦଳ। ବରିଷ୍ଠ ନେତା ଓମ୍ ପ୍ରକାଶ ମାଥୁରଙ୍କୁ ଛତିଶଗଡ଼ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କୁ ଛତିଶଗଡ଼ର ନିର୍ବାଚନ ସହପ୍ରଭାରୀ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି | କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟପ୍ରଦେଶ ନିର୍ବାଚନ ସହ- ପ୍ରଭାରୀ ଦାୟିତ୍ବ ଦିଆଯାଇଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..