Report Card Odisha

| Daily Odia News

୪ ରାଜ୍ୟରେ ନୂଆ ବିଜେପି ସଭାପତି ନିଯୁକ୍ତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୪ ରାଜ୍ୟରେ ବିଜେପି ନୂଆ ସଭାପତି ନିଯୁକ୍ତ କରିଛି | ପଞ୍ଜାବ,ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ଆନ୍ଧ୍ର ପ୍ରଦେଶରେ ଦଳ ନୂଆ ସଭାପତି ଙ୍କୁ ଦାୟିତ୍ୱ ଦେଇଛି। ପଞ୍ଜାବ ବିଜେପି ସଭାପତି ଭାବେ ସୁନୀଲ ଜାଖରଙ୍କୁ ନିଯୁକ୍ତି ମିଳିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କୁ ତେଲେଙ୍ଗାନା ବିଜେପିର ସଭାପତି ଭାବେ ନିଯୁକ୍ତି ମିଳିଛି। ବାବୁଲାଲ ମାରାଣ୍ଡିଙ୍କୁ ଝାଡ଼ଖଣ୍ଡ ବିଜେପିର ସଭାପତି କରାଯାଇଛି। ଓଡ଼ିଶା ବିଜେପିର ପ୍ରଭାରୀ ଥିବା ଡି. ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ର ପ୍ରଦେଶ ବିଜେପିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏହା ବ୍ୟତୀତ ଓବିସି ନେତା ଏଟିଲା ରାଜେନ୍ଦ୍ରଙ୍କୁ ତେଲେଙ୍ଗାନରେ ଦଳର ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ କରାଯାଇଛି। ଆଗକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଦଳ ଏଟିଲାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଥିବା ଜଣାପଡିଛି |

Breaking News