ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୮ ବର୍ଷ ତଳର ଏକ ମାମଲାର ଶୁଣାଣି କରି ଉତ୍ତର ପ୍ରଦେଶ ଗୋସାଇଗଞ୍ଜ ବିଜେପି ବିଧାୟକ ଇନ୍ଦ୍ର ପ୍ରତାପ ତିଓ୍ବାରୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଏକ ସ୍ବତନ୍ତ୍ର କୋର୍ଟ । କଲେଜରେ ଜାଲ ମାର୍କ ସିଟ୍ ଦାଖଲ ମାମଲାର ଶୁଣାଣିକରି ସୋମବାର ରାୟ ପ୍ରକାଶ କରିଛନ୍ତି କୋର୍ଟ । ସ୍ବତନ୍ତ୍ର ଜଜ୍ ପୁଜା ସିଂହ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଏହା ପରେ କୋର୍ଟରେ ଉପସ୍ଥିତ ବିଧାୟକଙ୍କୁ ଜେଲ ପଠାଇଦିଆଯାଇଛି । ସୂଚନାଯୋଗ୍ୟ, ୧୯୯୨ ମସିହାରେ ବିଧାୟକ ଇନ୍ଦ୍ର ପ୍ରତାପ ତିଓ୍ବାରୀ ଗୋଟିଏ ଶ୍ରେଣୀରୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ପାଇଁ ଜାଲ ମାର୍କ ସିଟ୍ ଦାଖଲ କରିଥିଲେ । ଏହି ଘଟଣା ବାବଦରେ ଜଣାପଡିବା ପରେ ଥାନାରେ ମାମଲା ରୁଜୁ ହୋଇଥିଲା । ସେବେଠାରୁ ମାମଲା ବିଚାରଧୀନ ରହିଥିଲା । ଏବେ ଏହାର ଶୁଣାଣି କରି ବିଧାୟକଙ୍କୁ ୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଘଟଣାରେ ସଂପୃକ୍ତ ଆଉ ୨ ଜଣଙ୍କୁ ମଧ୍ୟ ୫ ବର୍ଷ ଲେଖାଏଁ ସଜା ହୋଇଛି । ସେତେବେଳେ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଥିବା ଯଦୁବଂଶରାମ ତ୍ରିପାଠୀ ଥାନାରେ ଜାଲ ମାର୍କସିଟ୍ ଦାଖଲ ନେଇ ଅଭିଯୋଗ କରିଥିଲେ । ଜାଲ ମାର୍କ ସିଟ୍ ଦାଖଲ କରି ବିଧାୟକ ଇନ୍ଦ୍ର ପ୍ରତାପ ଏବଂ ତାଙ୍କର ୨ ଜଣ ବନ୍ଧୁ ପ୍ରବେଶ କରିଥିଲେ । କିନ୍ତୁ ଏ ବାବଦରେ ଜଣାପଡିବା ପରେ ସମସ୍ତଙ୍କ ଗିରଫ କରିଥିଲା ପୋଲିସ । ପରେ ଅବଶ୍ୟ ବେଲ ମିଳିଯାଇଥିଲା । ଏବେ ଏହାର ଶୁଣାଣିକରି କୋର୍ଟ ତାଙ୍କୁ ୫ ବର୍ଷ ଲେଖାଏଁ ସଜା ଶୁଣାଇଛନ୍ତି । ସେତେବେଳେ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା ଯେ, ବିଧାୟକ ଜାଲ ମାର୍କ ସିଟ୍ ଦାଖଲ କରି ଯୁକ୍ତ ୩ରେ ଆଡମିସନ୍ କରିଥିଲେ । ଛାତ୍ର ସଂଘ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଥିଲେ ସୁଦ୍ଧା ପରେ ତାହାକୁ ଅବୈଧ ଘୋଷଣା କରାଯାଇଥିଲା । ତଥାପି ତାଙ୍କର ଦବଦବା ବଢିଥିଲା । ତେବେ ସବୁଠାରୁ ବଡ କଥା ହେଉଛି ଇନ୍ଦ୍ର ପ୍ରତାପ ସିଂହ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ବିଧାୟକ ଅଛନ୍ତି । ଏବେ ମାମଲାର ଶୁଣାଣିକରି ବିଧାୟକଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି । ତେବେ ସେ ରାୟକୁ ଚ୍ୟାଲେଞ୍ଜ କରି ଉପରିସ୍ଥ କୋର୍ଟଙ୍କ ଆଶ୍ରୟ ନେଇପାରନ୍ତି ।
Discussion about this post