ରିପୋର୍ଟ କାର୍ଡ/ ଭୁବନେଶ୍ୱର
ଆଜି ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଚାଲିଛି ଅନ୍ତିମ ପର୍ଯ୍ୟାୟ ମତଦାନ। ଏହା ଭିତରେ ବିଭିନ୍ନ ସ୍ଥାନରେ ହିଂସା ସ୍ଥିତି ଉପୁଜିଛି। ଯାଜପୁର ବରୀ ଅଞ୍ଚଳରେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହେବା ସହ ବୁଥ ରିଗିଂ ଅଭିଯୋଗ ଆସିଛି। ବରୀ ସାହୁପଡ଼ା ୧୦୬ନଂ ବୁଥରେ ବିଜେପି- ବିଜେଡି ମୁହାଁମୁହିଁ ହୋଇଛନ୍ତି। ବୁଥ୍ରେ ରିଗିଂ ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା କୁହାଯାଉଛି। ଭୋଟ ଦେବାକୁ ଆସିଥିବା କିଛି ବିଜେପି କର୍ମୀଙ୍କ ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିଛନ୍ତି। ଏଥିରେ ଦୁଇରୁ ତିନି ଜଣ ଆହତ ହୋଇଛନ୍ତି। ୪୦ରୁ ୪୨ଟି ବୁଥ୍କୁ କ୍ୟାପଚରିଂ କରିଛି ବିଜେଡି। କେବଳ ବିଜେଡିକୁ ଭୋଟ ଦିଅ ବୋଲି ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବିରେ ରାମଚନ୍ଦ୍ରପୁର ଥାନାରେ ବିଜେପିର କର୍ମୀମାନେ ଧାରଣା ଦେଇଛନ୍ତି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..