ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୪ ସାଧାରଣ ନିର୍ବାଚନକୁ ନେଇ ଦେଶରେ ମେଣ୍ଟର ରାଜନୀତି ଜୋରଧରିଛି | ଏହି ମେଣ୍ଟ ରାଜନୀତି କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି | ବିଜେପି ଓ ବିଜେଡି ବିରୋଧରେ ମେଣ୍ଟ ହେବ ନାହିଁ। ଉଭୟ ଦଳ ମଧ୍ୟରେ ମେଣ୍ଟ ହେବାର କୌଣସ ପ୍ରଶ୍ନ ଉଠୁ ନାହିଁ। ଆଦରଣୀୟ କେନ୍ଦ୍ର ମନ୍ତ୍ରୀମାନେ ପୂର୍ବରୁ ଏହା କହି ସାରିଛନ୍ତି। ଏଥର ନିର୍ବାଚନରେ ବିଜେପି ବିରୋଧରେ ବିଜେଡି ଯିବ, ବିଜେଡି ବିରୋଧରେ ବିଜେପି ଆସିବ। ଭୁବନେଶ୍ୱରରେ ବିଜେପି ପକ୍ଷରୁ ଆୟୋଜିତ କରାଯାଇଥିବା ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରତିକ୍ରିୟା ଦେଇଛନ୍ତି। ଆଗୁଆ ନିର୍ବାଚନ ସମ୍ଭାବନା ନେଇ ଅପରାଜିତା କହିଛନ୍ତି, ଆଗୁଆ ନିର୍ବାଚନ ନେଇ ଯେଉଁ ପର୍ଯ୍ୟନ୍ତ ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ କରିନି କିପରି ହେବ | ଆଗୁଆ ନିର୍ବାଚନ ନେଇ ରାଜ୍ୟ ପ୍ରସ୍ତାବ ଦେଇଛି କି ନାହିଁ ଜଣାନାହିଁ। ହୁଏତ ଏହା କଳ୍ପନାଜଳ୍ପନା ହୋଇ ଥାଇପାରେ। ଲୋକଙ୍କ ପାଇଁ କାମ କରିବାକୁ ବିଜୁ ଜନତା ଦଳ ୫ ବର୍ଷ ଜନାଦେଶ ପାଇଛି। ଆଗୁଆ ନିର୍ବାଚନ ପାଇଁ କାହିଁକି ଏତେ ହରବର ହେଉଛି | ଯେବେ ବି ଓଡ଼ିଶାରେ ନିର୍ବାଚନ ହେବ ଆମେ ପ୍ରସ୍ତୁତ ରହିଛୁ ବୋଲି ଭୁବନେଶ୍ୱର ସାଂସଦ କହିଛନ୍ତି।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..