Report Card Odisha

| Daily Odia News

ବିଜେପି ଘୋଷଣା କଲା ପ୍ରାର୍ଥୀ ତାଲିକା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ଆଜି ବିଜେପିର ୟୁପି ଇନଜାର୍ଜ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ତାଲିକାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ସହରରୁ ନିର୍ବାଚନ ଲଢିବେ । ସେହିପରି ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁରୁ ନିର୍ବାଚନ ଲଢିବେ । ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକରେ ପାଖାପାଖି ୧୭୦ ଆସନ ରେ ଥିବା ଆଶାୟୀ ପ୍ରାର୍ଥୀଙ୍କ ନାଣ ଘୋଷଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୫୮ ଆସନରୁ ୫୭ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫୫ ସିଟରୁ ୪୮ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ସୂଚନା ଥାଉକି, ଉତ୍ତର ପ୍ରଦେଶର ୪୦୩ ବିଧାନସଭା ଆସନରୁ ସାତ ପର୍ଯ୍ୟାୟରେ ୧୦ ପେବୃୟାରୀରୁ ନିର୍ବାଚନ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ନିର୍ବାଚନ ଲଢ଼ିବେ। ପୂର୍ବରୁ ସେ ମଥୁରା କିମ୍ବା ଅଯୋଧ୍ୟାରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା। କିନ୍ତୁ ଯୋଗୀ ତାଙ୍କ ଗଡ଼ ଭାବେ ପରିଚିତ ଗୋରଖପୁର ଆସନରୁ ହିଁ ଲଢ଼ିବେ।

Breaking News