ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଇସ୍ତାହାର ପ୍ରସ୍ତୁତ କରିବା ପାଇଁ ବିଜେପି ଏକ ନିର୍ବାଚନୀ ଇସ୍ତାହାର କମିଟି ଗଠନ କରିଛି। ଏହି କମିଟିରେ କିଏ ନେତା ଅଛନ୍ତି ତାହା ଶନିବାର ଘୋଷଣା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ଅଧ୍ୟକ୍ଷ ଅଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ପିୟୁଷ ଗୋଏଲ ଏହାର ଆବାହକ ଅଛନ୍ତି । ଏହି ୨୭ ଜଣିଆ କମିଟିରେ ଓଡ଼ିଶାରୁ ୩ ଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ ଓ ଜୁଏଲ ଓରାମ । କମିଟିରେ ଥିବା ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଅଛନ୍ତି ଅର୍ଜୁନ ମୁଣ୍ଡା ( ସଦସ୍ୟ, ଝାଡ଼ଖଣ୍ଡ), ଭୂପେନ୍ଦ୍ର ଯାଦବ (ସଦସ୍ୟ, ରାଜସ୍ଥାନ), ଅର୍ଜୁନ ରାମ ମେଘୱାଲ ( ସଦସ୍ୟ, ରାଜସ୍ଥାନ), କିରଣ ରିଜିଜୁ (ସଦସ୍ୟ, ଅରୁଣାଚଳ ପ୍ରଦେଶ), ବିଷ୍ଣୁ ଦେଓ ସାଏ, (ସଦସ୍ୟ, ଛତିଶଗଡ଼), ମୋହନ ଯାଦବ, (ସଦସ୍ୟ, ମଧ୍ୟପ୍ରଦେଶ) ଶିବରାଜ ସିଂ ଚୌହାନ, (ସଦସ୍ୟ, ମଧ୍ୟପ୍ରଦେଶ), ବସୁନ୍ଧରା ରାଜେ, (ସଭ୍ୟ, ରାଜସ୍ଥାନ), ସ୍ମୃତି ଇରାନୀ ( ସଦସ୍ୟ, ଉତ୍ତର ପ୍ରଦେଶ) ।







More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……