ରିପୋର୍ଟ କାର୍ଡ / ଭୁବନେଶ୍ବର
କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅମିତ ଶାହ ଆଜି ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି। ଭୁବନେଶ୍ବରସ୍ଥିତ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ସେ କର୍ମୀଙ୍କୁ କହିଛନ୍ତି, ମନରୁ ଦ୍ଵନ୍ଦ ଦୂର କରି ଲଢେଇ ପାଇଁ ପ୍ରସ୍ତୁତ ରୁହ। ଯାହାକୁ ଯେଉଁ ଦାୟିତ୍ବ ଦିଆଯାଇଛି, ସେହି ଅନୁଯାୟୀ କାମ କର। କେନ୍ଦ୍ର ସରକାର ଆବଶ୍ୟକତା ଅନୁସାରେ ପଦକ୍ଷେପ ନେଉଛନ୍ତି। ଏହା ହେଉଛି କେନ୍ଦ୍ରର ରଣନୀତି। ବିଜେପି ନେତା ଶ୍ରୀ ଶାହ କହିଛନ୍ତି, କେନ୍ଦ୍ର ତାର ଆବଶ୍ୟକତା ଅନୁସାରେ ରଣନୀତି କରୁଛି। ରାଜ୍ୟ ତା ଅନୁସାରେ ରଣନୀତି କରୁ। କର୍ମୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ, ସ୍ଥାନୀୟ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯାଅ। ଲୋକଙ୍କ ପ୍ରସଙ୍ଗ ନେଇ ଆନ୍ଦୋଳନ କର। ଲଢେଇ କରିବାକୁ ମନା ନାହିଁ। ଲୋକଙ୍କ ପ୍ରସଙ୍ଗ ନେଇ ନିଜ ଅଞ୍ଚଳରୁ ରାଜ୍ୟବ୍ୟାପି ଆନ୍ଦୋଳନ କର। ଲୋକ ଚାହିଁଲେ ସରକାର ବେଶୀ ଦୂର ନୁହେଁ।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..