ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟିକ୍ଟକ୍ ଷ୍ଟାର ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟ୍ଙ୍କ ପରଲୋକ ଘଟିଛି। ସୋମବାର ରାତିରେ ୪୨ ବର୍ଷୀୟ ସୋନାଲୀ ହୃଦ୍ଘାତରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି | ସେ କିିଛି କର୍ମଚାରୀଙ୍କ ସହ ଗୋଆ ବୁଲିବାକୁ ଯାଇଥିବା ବେଳେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୋନାଲୀ ଶେଷ ଥର ପାଇଁ ‘ବିଗ୍ବସ୍-୧୪’ରେ ନଜର ଆସିଥିଲେ। ସେ ଜଣେ ୱାଇଲ୍ଡକାର୍ଡ ପ୍ରତିଯୋଗୀ ଭାବେ ବିଗ୍ବସ୍ରେ ଏଣ୍ଟ୍ରି କରିଥିଲେ। ସୂଚନାଯୋଗ୍ୟ, ସୋନାଲୀ ୨୦୧୯ରେ ହରିଆଣା ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ଆଦମପୁରରୁ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ସମୟରେ ସେ ତାଙ୍କ ଟିକ୍ଟକ୍ ଭିଡିଓ ପାଇଁ ବେଶ୍ ଚର୍ଚ୍ଚାରେ ଥିଲେ। ସୋନାଲୀ ଅନେକ ଟିଭି ଧାରାବାହିକ, ହରିଆଣା ଚଳଚ୍ଚିତ୍ର ଏବଂ ଅନେକ ପଞ୍ଜାବୀ, ହରିଆଣୀ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଛନ୍ତି।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..