ରିପୋର୍ଟ କାର୍ଡ / ଭଦ୍ରକ
ପଞ୍ଚଭୂତରେ ଲୀନ ହେଲା ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପାର୍ଥୀବ ଶରୀର । ଗତକାଲି ବିଳମ୍ବିତ ରାତିରେ ଜନ୍ମମାଟି ତିହିଡି ବ୍ଲକ ମଙ୍ଗରାଜପୁର ଗାଁରେ ଦିଆଯାଇଛି ଅନ୍ତିମ ବିଦାୟ ।ପୁଅ ସୂର୍ଯ୍ୟବଂଶୀ ସୂରଜ ମୁଖାଗ୍ନି ଦେଇଛନ୍ତି । ସୂଚନା ଅନୁସାରେ- ସୋମବାର ୬୧ ବର୍ଷବୟସରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଦେହାନ୍ତ ହୋଇଥିଲା । ଦୀର୍ଘ ଦିନ ରୋଗ ଶଯ୍ୟାରେ ଭୁବନେଶ୍ବର ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏମ୍ସରୁ ସ୍ବର୍ଗତ ବିଷ୍ଣୁ ଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ଅଣାଯାଇଥିଲା । ସେଠାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣା ଯାଇଥିବା ମରଶରୀର । ଏହାପରେ ଭୁବନେଶ୍ୱରରୁ ଏକ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଭଦ୍ରକ ନିଆଯାଇଥିଲା । ଧାମନଗର ନିର୍ବାଚନ ମଣ୍ଡଳୀରେ ଶୋଭାଯାତ୍ରା ବେଳେ ବହୁ କର୍ମୀ , ରାଜ ନେତା ଓ ସମର୍ଥକ ତାଙ୍କ ଶେଷ ଦର୍ଶନ କରିଥିଲେ । ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଓ ଭଦ୍ରକ ସ୍ଥିତ ବାସଭବନକୁ ପାର୍ଥୀବ ଶରୀର ଅଣାଯାଇଥିଲା । ବରିଷ୍ଠ ବିଜେପି ନେତା ଜୁଏଲ ଓରାମ , ପ୍ରତାପ ସଢଙ୍ଗୀ ଙ୍କ ସହ ବହୁ ବିଧାୟକ ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସମସ୍ତ ରାଜନୈତିକ ଦଳର ନେତା, ଜିଲ୍ଲାପାଳ, ଏସପିଙ୍କ ସମେତ ସାହିତ୍ୟିକ ଓ ବିଶିଷ୍ଠ ବ୍ୟକ୍ତିତ୍ୱ ମାନେ ମଧ୍ୟ ଶେଷ ଦର୍ଶନ କରିଥିଲେ ।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଜଳିଗଲା ବସ୍,୧୦ ମୃତ……