ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଚ ତରକା ହୋଟେଲରେ ବସି କୋକେନ ନେଉଥିଲେ ବିଜେପି ନେତାଙ୍କ ପୁଅ। ତାଙ୍କ ସହ ଆଉ ୯ ଜଣ ମଧ୍ୟ ବେଧଡ଼କ ଅନ୍ଧାଜରେ ଡ୍ରଗ୍ସ ନେଉଥିଲେ। ହେଲେ ହାଇଦ୍ରାବାଦ ପୋଲିସ ହୋଟେଲରେ ପଶି ବିଜେପି ନେତାଙ୍କ ପୁଅଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର କୋକେନ ମଧ୍ୟ ଜବତ ହୋଇଛି। ବିଜେପି ନେତା ଜି ଯୋଗନ୍ଦାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ରୋସୈୟାଙ୍କ ନାତି ଜି ବିବେକାନନ୍ଦଙ୍କୁ ପୋଲିସ ଗିରଫ କରିଛି। ଗାଚିବୋୱଲି ସ୍ଥିତ ରାଡିସନ ବ୍ଲ୍ୟୁ ହୋଟେଲରେ ଗୋଟିଏ ପାର୍ଟି ହେଉଥିଲା। ଏଥିରେ ବିବେକାନନ୍ଦ ସାମିଲ ହୋଇଥିଲେ। ଏହି ସମୟରେ ଗୋଟିଏ ରୁମ ବୁକ କରିବା ସହ ସେଠାରେ ଅନ୍ୟ ୯ ଜଣଙ୍କ ସହ ମିଶି କୋକେନ ସେବନ କରୁଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..