Report Card Odisha

| Daily Odia News

ପୁଅ ଗିରଫ ହେବା ପରେ ବିଜେପିରୁ ବହିଷ୍କୃତ ହେଲେ ବିନୋଦ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରାଖଣ୍ଡର ୧୯ ବର୍ଷୀୟ ରିସର୍ଟ ରିସେପ୍‌ସନିଷ୍ଟ୍‌ ଅଙ୍କିତା ଭଣ୍ଡାରିଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟ ଗିରଫ ହୋଇଛନ୍ତି | ଏହା ପରେ ଆଜି ବିଜେପି ତାଙ୍କ ବାପା ବିନୋଦ ଆର୍ଯ୍ୟ ଏବଂ ଭାଇ ଅଙ୍କିତଙ୍କୁ ଦଳରୁ ବହିଷ୍କାର କରିଛି। ପୁଲକିତଙ୍କ ଭାଇ ଉତ୍ତରାଖଣ୍ଡ ସରକାରଙ୍କ ଉତ୍ତରାଖଣ୍ଡ ଅନ୍ୟାନ୍ୟ ପଛୁଆ ବର୍ଗ କମିସନ୍‌ ର ଉପାଧ୍ୟକ୍ଷ ଥିଲେ। ତୁରନ୍ତ ତାଙ୍କୁ ସେ ପଦବୀରୁ ହଟାଇ ଦିଆଯାଇଛି। ଆଜି ପୂର୍ବାହ୍ନରେ ପୁଲକିତ ଆର୍ଯ୍ୟଙ୍କ ବନତାରା ରିସର୍ଟ କୁ ସ୍ଥାନୀୟ ଲୋକେ ଉତ୍କ୍ଷିପିତ ହୋଇ ପୋଡ଼ି ପକାଇଛନ୍ତି। ନିରାପତ୍ତା କର୍ମଚାରୀମାନଙ୍କ ସୁରକ୍ଷା ବଳୟରେ ଯାଉଥିବା ବେଳେ ସେମାନେ ବିଜେପି ବିଧାୟିକା ରେଣୁ ବିସ୍ତ୍‌ଙ୍କ ବିରୋଧରେ ସ୍ଲୋଗାନ୍‌ ଦେବା ସହିତ ତାଙ୍କ କାର୍‌ ଭଙ୍ଗାରୁଜା କରିଛନ୍ତି। ଗତକାଲି ମଧ୍ୟ ସ୍ଥାନୀୟ ବାସିନ୍ଦାମାନେ ରିସର୍ଟ ଉପରକୁ ଟେକାପଥର ଫିଙ୍ଗିଥିଲେ। ପୋଲିସ ହାଜତକୁ ନିଆଯାଉଥିବା ପୁଲକିତ ଓ ଆଉ ଦୁଇ ଅଭିଯୁକ୍ତଙ୍କୁ ମାଡମାରିବାକୁ ଉଦ୍ୟମ କରିଥିଲେ।

Breaking News