Report Card Odisha

| Daily Odia News

୮ରୁ ୬ ସ୍ଥାନରେ ହାରିଲା ବିଜେପି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉପନିର୍ବାଚନରେ ୬ଟି ସ୍ଥାନରେ ଭାରତୀୟ ଜନତା ପାର୍ଟିର ପରାଜୟ ହୋଇଛି । ଆଜି ବିହାର ନିର୍ବାଚନ ସହ ଓଡ଼ିଶା ସମେତ ୭ଟି ରାଜ୍ୟର ୮ଟି ଉପନିର୍ବାଚନର ଭୋଟ୍‌ ଗଣତି ଥିଲା । ଉପନିର୍ବାଚନର ଫଳାଫଳ ମଧ୍ୟ ବାହାରି ସରିଛି । ଭାରତୀୟ ଜନତା ପାର୍ଟି ଉପନିର୍ବାଚନରେ ସମସ୍ତ ୮ଟି ଆସନରେ ଲଢ଼ିଥିଲା । କିନ୍ତୁ ୮ଟି ଆସନରୁ ମାତ୍ର ୨ଟି ଆସନରେ ବିଜେପିର ବିଜୟ ହୋଇଛି । ଓଡ଼ିଶାର ନୂଆପଡ଼ା ସହ ଜାମ୍ମୁ-କାଶ୍ମୀରର ବୁଡ଼ଗାଁ ଓ ନଗ୍ରୋତା , ରାଜସ୍ଥାନର ଆଣ୍ଟା , ଝାଡ଼ଖଣ୍ଡର ଘଟସିଲା , ମିଜୋରାମର ଡାମ୍ପା , ପଞ୍ଜାବର ତରନ ତାରନ , ତେଲେଙ୍ଗାନାର ଜୁବିଲି ହିଲ୍ସ ବିଧାନସଭା ମଣ୍ଡଳୀରେ ଉପନିର୍ବାଚନ ହୋଇଥିଲା । ଉପନିର୍ବାଚନ ପାଇଁ ସମସ୍ତ ଆସନରେ ବିଜେପି ଲଢ଼ିଥିଲା । କିନ୍ତୁ କେବଳ ଓଡ଼ିଶାର ନୂଆପଡ଼ା ଓ ଜାମ୍ମୁ-କାଶ୍ମୀରର ନଗ୍ରୋତା ଆସନରେ ବିଜେପି ବିଜୟ ହୋଇଛି । ନୂଆପଡ଼ାରେ ବିଜେପି ପ୍ରାର୍ଥି ଜୟ ଢ଼ୋଲକିଆ ଓ ନଗ୍ରୋତାରେ ବିଜେପି ପ୍ରାର୍ଥିନୀ ଦିବ୍ୟାନି ରାନା ବିଜୟୀ ହୋଇଛନ୍ତି । ବାକି ସମସ୍ତ ଆସନରେ ବିଜେପି ପ୍ରାର୍ଥି ପରାସ୍ତ ହୋଇଛନ୍ତି । ସେହିପରି ଆଣ୍ଟା ଓ ଜୁବିଲି ହିଲ୍ସରେ କଂଗ୍ରେସ ବିଜୟୀ ହୋଇଛି ।

Breaking News