ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାଧାରଣ ନିର୍ବାଚନରେ ସଫଳତା ସାଉଁଟିବା ପରେ ପ୍ରଥମଥର ପାଇଁ ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ୧୯ ଓ ୨୦ତାରିଖରେ ଦୁଇଦିନ ଧରି ପୁରୀରେ ଅନୁଷ୍ଠିତ ହେବ। ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି। ବୈଠକରେ ଦଳର ପ୍ରଭାରୀ ଓ ସହପ୍ରଭାରୀ ମଧ୍ୟ ଉପସ୍ଥିତ ରହିବେ। ଏଥିସହିତ ବୈଠକରେ ନିର୍ବାଚନରେ ଦଳର ବିଜୟ ସହିତ ଯେଉଁ ଆସନରେ ଦଳୀୟ ପ୍ରାର୍ଥୀ ପରାଜୟ ବରଣ କରିଛନ୍ତି, ତାହାର ସମୀକ୍ଷା କରାଯିବ। ବୈଠକରେ ଦଳ ଦେଇଥିବା ପ୍ରତିଶ୍ରୁତି ସମ୍ପର୍କରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଆଗାମୀ ଦିନରେ ଦଳର ରଣନୀତି ଓ କାର୍ଯ୍ୟପନ୍ଥା ବୈଠକରେ ଚୂଡାନ୍ତ ହେବ। ଏଥିସହିତ ଦଳୀୟ ସାଙ୍ଗଠନିକ ରୂପରେଖ, ଦଳ ଓ ସରକାର ମଧ୍ୟରେ ସମନ୍ବୟ ଏବଂ ଆଗକୁ ଥିବା ନିର୍ବାଚନ ସଂକ୍ରାନ୍ତରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ଏହି ବୈଠକକୁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସହିତ ମଣ୍ଡଳସ୍ତରରୁ ଆରମ୍ଭ କରି ଜିଲାସ୍ତରୀୟ କର୍ମକର୍ତ୍ତାଙ୍କୁ ଆମନ୍ତ୍ରଣ କରାଯାଇଥିବା ଦଳର ଜଣେ ବରିଷ୍ଠ କର୍ମକର୍ତ୍ତା ସୂଚନା ଦେଇଛନ୍ତି।
More Stories
କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨ IPS ଅଫିସର….
ମେ’ ୧୫ରୁ ୨୦ ମଧ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ…..
ସ୍ତ୍ରୀଙ୍କ ଉପରେ ରାଗି ଜାଳିଦେଲା ସ୍ୱାମୀ…..