ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଜନତା ପାର୍ଟିର ମହିଳା ନେତ୍ରୀ ସାନା ଖାନ ଗତ ପାଞ୍ଚ ଦିନ ହେବ ନିଖୋଜ ଥିବା ସୂଚନା ମିଳିଛି। ସାନାଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଉପରେ ମାନକପୁର ପୋଲିସ ଷ୍ଟେଶନ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନାଗପୁର ପୋଲିସ ଟିମ ଏହି ଘଟଣାର ତଦନ୍ତ ପାଇଁ ଜବଲପୁରରେ ପହଞ୍ଚିଛି। ପୋଲିସର ସୂଚନାନୁସାରେ, ସାନା ଖାନ ଅଗଷ୍ଟ ୧ ରେ ନାଗପୁରରୁ ଜବଲପୁର ଯାଇ ତାଙ୍କର ଜଣେ ବ୍ୟବସାୟିକ ସହଯୋଗୀଙ୍କୁ ଭେଟିଥିଲେ। ସେଠାରୁ ସେ ତାଙ୍କ ପରିବାର ସହିତ ଫୋନରେ କଥା ହୋଇଥିଲେ ମଧ୍ୟ ୨ ଅଗଷ୍ଟରୁ ତାଙ୍କ ଫୋନ ବନ୍ଦ ହୋଇଯାଇଥିଲା। ପରିବାରର ଅଭିଯୋଗ ଉପରେ ଅଗଷ୍ଟ ୩ ରେ ନାଗପୁର ପୋଲିସ ତଦନ୍ତ ଆରମ୍ଭ କରିଛି। ଏହା ଜାଣିବାକୁ ମିଳିଛି ସେ ଯେଉଁ ବ୍ୟକ୍ତିଙ୍କୁ ଭେଟିବାକୁ ଯାଇଥିଲେ ସେ ମଧ୍ୟ ନିଖୋଜ ଅଛନ୍ତି ।





More Stories
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..
ଦିଲ୍ଲୀ ସାଧନଗରରେ ଅଗ୍ନିକାଣ୍ଡ:୩ ଜଣ ଶିଶୁଙ୍କ ସମେତ ୭ ମୃତ…..