Report Card Odisha

| Daily Odia News

ବିଧାୟକ ଙ୍କ ଆକ୍ରମଣର ଶିକାର ହେଲେ ବିଡିଓ……

ରିପୋର୍ଟ କାର୍ଡ / ଦେବଗଡ଼

ବିଧାୟକଙ୍କ ମରଣାନ୍ତକ ଆକ୍ରମଣରେ ଆହତ ହୋଇଛନ୍ତି ବିଡିଓ | ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଦେବଗଡ଼ ତିଲେଇବଣି ବିଡିଓ ପୁଷ୍ପଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ କରିଛନ୍ତି । ବିଧାୟକ ଓ କର୍ମୀ ବିଡିଓଙ୍କୁ ମାଡ଼ ମାରିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆହତ ବିଡିଓଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ସହକର୍ମୀ । ଛେପଲପାଲି ପଞ୍ଚାୟତର ଭାଲିଆଗୁଡ଼ି ଗାଁରେ ତଦନ୍ତବେଳେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ସେପଟେ ଏନେଇ ଥାନାରେ ମଧ୍ୟ ଏତଲା ଦେଇଛନ୍ତି ବିଡିଓ । ତହସିଲଦାରଙ୍କ ଉପସ୍ଥିତିରେ ବିଧାୟକ ଓ ତାଙ୍କ ସମର୍ଥକଙ୍କ ଦ୍ୱାରା ଏଭଳି ଆକ୍ରମଣ ହୋଇଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି ବିଡିଓ ଏହା ସହ ବିଡିଓ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣାକୁ ନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Breaking News