ରିପୋର୍ଟ କାର୍ଡ / ହାଇଦ୍ରାବାଦ
ବେଲ୍ର ଦୁଇ ଦିନ ପରେ ପୁଣି ଗିରଫ ହୋଇଛନ୍ତି ବିଜେପି ବିଧାୟକ ଟି.ରାଜା ସିଂହ। ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଟି.ରାଜା ଫସି ଯାଇଛନ୍ତି | ବିଜେପିରୁ ନିଲମ୍ବିତ ବିଧାୟକଙ୍କୁ ଜାମିନ ମିଳିବା ପରେ ଲୋକେ ବିରୋଧ କରିଛନ୍ତି। ଏହାକୁ ନେଇ ହାଇଦ୍ରାବାଦରେ ଜୋରଦାର ହଙ୍ଗାମା ଆରମ୍ଭ ହୋଇଯାଇଛି। ଏଣୁ ତାଙ୍କୁ ପୋଲିସ ଆଜି ପୁଣି ଗିରଫ କରିଛି। ଏନେଇ ଟି.ରାଜା ଙ୍କ ଓକିଲ ସୂଚନା ଦେଇଛନ୍ତି। ନିଲମ୍ବିତ ବିଧାୟକଙ୍କୁ ଚଞ୍ଚୁଲାଗୁଡା ଜେଲ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଥିବା ସୂଚନା ମିଳିଛି। ମାର୍ଚ୍ଚ ଓ ଏପ୍ରିଲରେ ଟି.ରାଜାଙ୍କ ବିରୋଧରେ ଏକ ମାମଲା ରୁଜୁଚ ହୋଇଥିଲା। ସେହି ମାମଲାକୁ ଆଧାର କରି ତାଙ୍କୁ ଆଜି ଗିରଫ କରାଯାଇଛି। ପ୍ରଫେଟ ମହମ୍ମଦ ବିବାଦ ସହ ଏହି କେସ୍ର କୌଣସି ସମ୍ପର୍କ ନଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..