ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟରେ ବିଜୟ ହାସଲ କରିଥିବା ବିଜେପି ଏବେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଛି। ଆଜି ଦଳର ନବ ନିର୍ବାଚିତ ୧୫୬ ବିଧାୟକ ସର୍ବସମ୍ମତିକ୍ରମେ ଭୂପେନ୍ଦ୍ର ପଟେଲଙ୍କୁ ନିଜର ନେତା ଭାବେ ଚୟନ କରିଛନ୍ତି। ଏହାର ଅର୍ଥ ସେ ବିଧାୟକ ଦଳ ନେତା ହୋଇଛନ୍ତି। ବିଧାୟକ ଦଳ ନେତା ହୋଇଥିବାରୁ ସେ ହିଁ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଗୁରୁବାର ବିଜେପିର ରେକର୍ଡ ବିଜୟ ପରେ ଶ୍ରୀ ପଟେଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ଏହାପରେ ଆଜି ବିଧାୟକ ଦଳ ବୈଠକ ବସି ଶ୍ରୀ ପଟେଲଙ୍କୁ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ଆସନ୍ତା ସୋମବାର ଦିନ ୨ଟା ବେଳେ ଶ୍ରୀ ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..