ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ବିଜେପି’ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେଙ୍କର ଦେହାନ୍ତହୋଇଛି । ୭୪ ବର୍ଷିୟ ହରଦ୍ବାର ଦୁବେ ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି | ସେ ହେଉଛନ୍ତି ଆଗ୍ରାର ବାସିନ୍ଦା। ରାଜ୍ୟସଭା ସାଂସଦ ହେବା ପୂର୍ବରୁ ସେ ଉତ୍ତର ପ୍ରଦେଶ ସରକାର ଓ ରାଜ୍ୟର ଅନେକ ସଂଗଠନରେ ବିଭିନ୍ନ ପଦପଦବୀରେ ଥିଲେ। ଆଗ୍ରା ରାଜନୀତିରେ ସକ୍ରିୟ ଥିବା ପୂର୍ବତନ ରାଜ୍ୟମନ୍ତ୍ରୀ ଦୁବେ ଦୁଇଥର ବିଧାୟକ ହୋଇଥିଲେ। ତାଙ୍କ ମୃତ୍ୟୁର ଶୋକବ୍ୟକ୍ତ କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ |






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..