ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ କିଛି ଦିନ ହେବ ରାଜସ୍ଥାନର ଅଶୋକ ନଗର ପୋଲିସ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେପି ସାଂସଦ କିରୋଡି ଲାଲ ମୀନାଙ୍କୁ ଆଜି ପୋଲିସ ଗିରଫ କରିଛି। ତେବେ ମୀନା ଗିରଫ ହେବା ପରେ ତାଙ୍କର ବହୁ ସଂଖ୍ୟକ ସମର୍ଥକ ଏବେ ଥାନା ବାହାରେ ଉପସ୍ଥିତ ଅଛନ୍ତି। ମିଳିଥିବା ସୂଚନା ମୁତାବକ ଗତକାଲି ବିଜେପି ସାଂସଦ ଅଭିଯୋଗ କରିଥିଲେ ଯେ ଖଣି ବିଭାଗରେ ପ୍ରାୟ ୬୬ ହଜାର କୋଟି ଟଙ୍କା ଠକେଇ ହୋଇଛି। ଯେଉଁଥିରେ ୨୭ ହଜାର କୋଟି ଟଙ୍କାର ଖଣିଜ ପଦାର୍ଥ, ୨୦ ହଜାର କୋଟି ଟଙ୍କାର ପଥର, କୋଇଲା ରହିଛି | ଏନେଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓ ଏଫଆଇଆର ଦାଖଲ କରିବାକୁ ମୀନା ଅଶୋକ ନଗର ଥାନାକୁ ଯାଇଥିଲେ | ତେବେ ସେଠାରେ ତାଙ୍କ ଏଫଆଇଆର ଗ୍ରହଣ ନ କରାଯିବାରୁ ସେ ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ | ଜୟପୁରର ଅଶୋକ ନଗର ପୋଲିସ ଷ୍ଟେସନ ସମ୍ମୁଖରେ ବିଜେପି ସାଂସଦ ଧାରଣା ଦେବା ସହ ପୋଲିସର ନିଷ୍କ୍ରିୟତା ନେଇ ନାରାବାଜି କରିଥିଲେ। ଗତକାଲି ବିଜେପି ଅଧ୍ୟକ୍ଷ ସିପି ଯୋଶୀ ମଧ୍ୟ ଧାରଣା ସ୍ଥଳକୁ ଆସିଥିଲେ | ଏହା ସହ ବିରୋଧୀ ଦଳର ନେତା ରାଜେନ୍ଦ୍ର ରାଥୋଡ଼ ମଧ୍ୟ ସେଠାରେ ପହଞ୍ଚିଥିଲେ। ଏହା ପରେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରିଲା ନାହିଁ ଏବଂ ଆଜି ତାଙ୍କୁ ଗିରଫ କରାଯାଇଛି।ସୂଚନା ଅନୁସରେ- ଆଜି ସକାଳ ୯ଟାବେଳେ ସାଂସଦ କିରୋଡି ଲାଲ ମୀନା କିଛି ସମୟ ପାଇଁ ଧାରଣାସ୍ଥଳରୁ ଉଠିଥିବାବେଳେ ପୋଲିସ ପିକେଟିଂ କରି ସ୍ଥାନକୁ ଘେରି ରହିଥିଲା ଏବଂ ପାର୍କିଂ ହୋଇଥିବା ଗାଡିଗୁଡ଼ିକୁ କ୍ରେନ୍ ଦ୍ୱାରା ଉଠାଇ ଜବତ କରାଯାଇଥିଲା। ଏନେଇ ସାଂସଦଙ୍କ ସହ ପୋଲିସ କର୍ମୀଙ୍କର ପାଟିତୁଣ୍ଡ ହୋଇଥିଲା | ଏହାପରେ ପୁଲିସ ମୀନାଙ୍କୁ ଗିରଫ କରି ସେଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଚାକସୁ ପୋଲିସ ଷ୍ଟେସନକୁ ନେଇଥିଲା। ଯେଉଁଠାରେ ତାଙ୍କ ସମର୍ଥକମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..