ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗିରଫ ଓକିଲଙ୍କୁ ମୁକ୍ତ କରି ସେମାନଙ୍କ ଲାଇସେନ୍ସ୍ ସଚଳ କରିବା ସହିତ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ନିମନ୍ତେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ଲାଗି ବିଜେପି ର ୫ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି। ସାଂସଦ ସୁରେଶ ପୂଜାରୀ, ବସନ୍ତ କୁମାର ପଣ୍ଡା, ଜୁଏଲ୍ ଓରାମ୍, ସଙ୍ଗୀତା ସିଂହଦେଓ ଏବଂ ନୀତେଶ ଗଙ୍ଗଦେବ କହିଛନ୍ତି, ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ କରାଯିବା ସଂକ୍ରାନ୍ତରେ ଫଳପ୍ରଦ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ। ପତ୍ରରେ ସେମାନେ ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନା ଲାଗି ସନ୍ତୋଷଜନକ ପ୍ରସ୍ତାବନା ଦେବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ଥରକୁ ଥର ସଂସଦରେ ବିବୃତି ଦେଇଛନ୍ତି। ଏହାଛଡ଼ା, ଉକ୍ତ ବେଞ୍ଚ୍ର ସଠିକ ଅବସ୍ଥିତି, ନ୍ୟାୟସୀମା, ଉପଯୁକ୍ତ ଭିତ୍ତିଭୂମି ଯୋଗାଇ ଦେବା ପ୍ରତିଶ୍ରୁତି ଏବଂ ବ୍ୟୟ ବହନ କରିବା ଆଦି ପ୍ରସଙ୍ଗରେ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ରାଜ୍ୟପାଳଙ୍କ ସହିତ ବିଚାରବିମର୍ଶ କରି ସାମଗ୍ରିକ ପ୍ରସ୍ତାବନା ଦାଖଲ କଲେ ସଂସଦର ଉଭୟ ଗୃହରେ ସରକାର ପ୍ରସ୍ତାବନା ଆଗତ କରିବାକୁ ସମର୍ଥ ହେବେ ବୋଲି ଆଇନ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସବୁବେଳେ ଚିଠି ଲେଖି ଜଣାଉଛନ୍ତି।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..