ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଦ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିବା ନେଇ ଆଶଙ୍କା କରାଯାଉଛି। ଏହାରି ଭିତରେ କେଜ୍ରିଓ୍ୱାଲ ବିଜେପି ବିରୋଧରେ ଆଣିଛନ୍ତି ବଡ଼ ଅଭିଯୋଗ। ସେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛନ୍ତି। କେଜ୍ରିଓ୍ୱାଲ କହିଛନ୍ତି, ‘ସିବିଆଇ ମୋତେ ୮ ମାସ ପୂର୍ବେ ଡାକିଥିଲା। ମୁଁ ଯାଇଥିଲି ଓ ତାଙ୍କର ସବୁ ପ୍ରଶ୍ନର ଉତ୍ତର ଦେଇଥିଲି। କିନ୍ତୁ ଏବେ ଲୋକସଭା ନିର୍ବାଚନର ଦୁଇ ମାସ ପୂର୍ବରୁ ମୋତେ ପୁଣି ଥରେ ତଦନ୍ତ ପାଇଁ ଡକାଯାଉଛି। ତେବେ ପଚରାଉଚରା ବାହାନାରେ ବିଜେପି ମୋତେ ଗିରଫ କରିବାକୁ ଚାହୁଁଛି। ଏହାଦ୍ୱାରା ମୁଁ ଆଉ ନିର୍ବାଚନ ପ୍ରଚାର କରିପାରିବି ନାହିଁ। ଯେଉଁମାନେ ବିଜେପି ସହ ସହମତ ନୁହଁନ୍ତି ସେମାନଙ୍କୁ ଏମାନେ ଜେଲକୁ ପଠାନ୍ତି। ‘ ସେ ଆହୁରି କହିଛନ୍ତି, ଗତ ଦୁଇ ବର୍ଷ ବିଜେପିର ସମସ୍ତ ତଦନ୍ତକାରୀ ସଂସ୍ଥା ମଦ ଦୁର୍ନୀତିକୁ ନେଇ ଚଢ଼ାଉ କରୁଛି ଓ ଅନେକ ଗିରଫଦାରୀ ମଧ୍ୟ କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଥିରେ ଟଙ୍କା ଟିଏ ବି ହେରଫେର ହୋଇଥିବା କଥା ସାମ୍ନାକୁ ଆସିନାହିଁ। ବିଜେପି ମୋ ନାଁରେ ମିଥ୍ୟା ଅଭିଯୋଗ କରୁଛି। ଏଭଳି ମିଥ୍ୟା ଅଭିଯେଗରେ ପୂର୍ବରୁ ଅନେକ ଆପ୍ ନେତାଙ୍କୁ ଗିରଫ କରି ଜେଲରେ ରଖାଯାଇଛି। ଏବେ ବିଜେପି ମୋତେ ମଧ୍ୟ ଗିରଫ କରି ଲୋକସଭା ନିର୍ବାଚନରେ ପ୍ରଚାରରୁ ଦୂରେଇ ରଖିବାକୁ ଚାହୁଁଛି।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….