ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରରେ ସାମ୍ପ୍ରଦାୟିକ ହିଂସା ଉଗ୍ରରୂପ ନେଇଥିବା ବେଳେ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାକୁ ସମାଲୋଚନା କରିଛନ୍ତି। କହିଛନ୍ତି ଏହାର ହିଂସା ରାଜନୀତି ପୂର୍ବାଞ୍ଚଳ ରାଜ୍ୟକୁ ଜାଳିଦେବା ସହ ବହୁ ଲୋକଙ୍କ ଜୀବନ ଯାଇଛି । ପ୍ରତ୍ୟେକ ମଣିପୁର ଜନସାଧାରଣଙ୍କ ହୃଦୟରୁ ଘୃଣାର ବଜାର ବନ୍ଦ କରି ଭଲ ପାଇବାର ଦୋକାନ ଖୋଲିବାକୁ ସେ ଆହ୍ବାନ ଦେଇଛନ୍ତି। ଭାରତର ବିଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟୀ।ମଣିପୁରରେ ଶାନ୍ତି ପ୍ରତିଷ୍ଠା ଲାଗି ସର୍ବଦଳୀୟ ପ୍ରତିନିଧିଙ୍କୁ ପଠାଇବା ପାଇଁ କଂଗ୍ରେସର ଦାବି ଉପରେ ମୋଦିଙ୍କ ନୀରବତାକୁ ନେଇ ରାହୁଲ ପ୍ରଶ୍ନ ଉଠାଇଛନ୍ତି। ୪୦ ଦିନ ହେଲା ମଣିପୁରରେ ଭାଜପାର ଘୃଣା ରାଜନୀତି ଲାଗି ରହିବାରୁ ଶତାଧିକ ଲୋକଙ୍କ ଜୀବନ ଗଲାଣି। ପ୍ରଧାନମନ୍ତ୍ରୀ ବିଫଳ ହୋଇଥିବା ରାହୁଲ ଟୁଇଟ୍ କରିଛନ୍ତି।






More Stories
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..
ଇସ୍ରାଏଲକୁ ଉଡ଼ିବନି ଏୟାର ଇଣ୍ଡିଆ ବିମାନ…..