ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜଧାନୀ ଭୁବନେଶ୍ୱରରେ ବିଜେପି କରୁଛି ବିଶାଳ ରାଲି | ଭୁବନେଶ୍ୱର ଶିଶୁଭବନ ଛକରେ ପୋଲିସ ଓ ବିଜେପିକର୍ମୀ ମୁହାଁମୁହିଁ ହୋଇଛନ୍ତି। ନବୀନ ନିବାସ ଘେରାଉ ପାଇଁ ବିଜେପି କର୍ମୀଙ୍କ ଉଦ୍ୟମ ସମୟରେ ମୁହାଁମୁହିଁ ହୋଇଛନ୍ତି ବିଜେପିକର୍ମୀ-ପୋଲିସ । ଶତାଧିକ ବିଜେପି କର୍ମୀ ରାଜ୍ୟକାର୍ଯ୍ୟାଳୟରୁ ବଡ ଶୋଭାଯାତ୍ରାରେ ନବୀନ ନିବାସ ଅଭିମୁଖେ ଯାଉଥିବା ସମୟରେ ବ୍ୟାରିକେଡ ଡେଇଁ ଯିବାକୁ ଉଦ୍ୟମ ସମୟରେ ପୋଲିସ ଅଟକାଇବାରୁ ମୁହାଁମୁହିଁ ହୋଇଛନ୍ତି। ଏହି ଶୋଭା ଯାତ୍ରାରେ ସାମିଲ ରହିଛିନ୍ତି ବିଜେପିର ସମ୍ବିତ ପାତ୍ର, ପୃଥ୍ୱୀରାଜ ହରିଚନ୍ଦନ ,ବାବୁ ସିଂହ ଓ ଅନ୍ୟାନ୍ୟ ବିଜେପି କର୍ମୀ। ଧର୍ମେନ୍ଦ ସାହୁ ଓ ଅର୍ଚ୍ଚନା ପ୍ରସଙ୍ଗକୁ ନେଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….