Report Card Odisha

| Daily Odia News

ବିଜେପିରୁ ଇସ୍ତଫା ଦେବେ ସାଂସଦ ବାବୁଲ ସୁପ୍ରିଓ….

ରିପୋର୍ଟ କାର୍ଡ / କୋଲକାତା

ବିଜେପି ସାଂସଦ ପଦରୁ ଇସ୍ତଫା ଦେବେ ବାବୁଲ ସୁପ୍ରିଓ । ଗତ ମାସରେ ତ୍ରିଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ ମଙ୍ଗଳବାର ଆସାନସୋଲ ସାଂସଦ ପଦରୁ ଇସ୍ତଫା ଦେବାର ସମ୍ଭାବନା ରହିଛି । ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ | ସାଂସଦ ପଦରୁ ଇସ୍ତଫା ଦେବାର ଆନୁଷ୍ଠାନିକତା ପୂରଣ କରିବାକୁ ସୁପ୍ରିଓ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଲେଖିଥିଲେ । ଏହା ଉପରେ ତାଙ୍କୁ ମଙ୍ଗଳବାର ସକାଳ ୧୧ ଟା ସମୟ ଦିଆଯାଇଛି । ଟିଏମସି ସୂଚନାନୁସାରେ, ସୁପ୍ରିଓ ମଙ୍ଗଳବାର ସକାଳେ ଦିଲ୍ଲୀ ଯିବେ ଏବଂ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବେ । ଏହାପୂର୍ବରୁ, ତ୍ରିଣମୁଳ କଂଗ୍ରେସରେ ଯୋଗଦେବା ପରେ ସୁପ୍ରିଓ ସ୍ପଷ୍ଟ କରିଛନ୍ତି ଯେ ସେ ସାଂସଦ ଭାବରେ କାର୍ଯ୍ୟ କରିବେ ନାହିଁ କାରଣ ଏହା ଅନୈତିକ ଅଟେ ।

 

 

Breaking News