ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାମିଲନାଡୁ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ। ବିଜେପି ଓ ସହଯୋଗୀ ପିଏମକେ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି। ମୋଟ୍ ୩୯ଟି ଲୋକସଭା ଆସନରୁ ପିଏମକେକୁ ୧୦ଟି ଆସନ ମିଳିଥିବା ସୂଚନା ମିଳିଛି। ଆଜି ବିଜେପି ଏବଂ ପିଏମକେ ମଧ୍ୟରେ ବୈଠକ ବସିଥିଲା। ଏଥିରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି କେ ଅନ୍ନାମଲାଇ ଏବଂ କେନ୍ଦ୍ର ମନ୍ତ୍ରୀ ଏଲ୍ ମୁରୁଗାନ୍ ଉପସ୍ଥିତ ଥିବାବେଳେ ପିଏମକେ ପକ୍ଷରୁ ଦଳର ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଡ. ଏସ ରାମାଦୋସ ଯୋଗ ଦେଇଥିଲେ। ଏହି ଆଲୋଚନା ସମୟରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ନେଇ ଦୁଳ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ମୋଟ୍ ୩୯ ଲୋକସଭା ଆସନରୁ ପିଏମକେକୁ ୧୦ ଆସନ ଦିଆଯାଇଥିବା ଅନ୍ନାମଲାଇ କହିଛନ୍ତି।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..