ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ୱାକଫ ଆଇନ ବିରୋଧରେ ପ୍ରତିବାଦ ସମୟରେ ହିଂସା ଘଟିଥିଲା। କଲିକତା ହାଇକୋର୍ଟ ଏହି ମାମଲାର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନ କରିଥିଲେ, ଯାହା ଏହାର ରିପୋର୍ଟ ଦାଖଲ କରିଥିଲା। ଏବେ ଭାରତୀୟ ଜନତା ପାର୍ଟି ବୁଧବାର ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରିଛି। ବିଜେପି ତୃଣମୂଳ କଂଗ୍ରେସ ଉପରେ ଅଭିଯୋଗ ଆଣିଛି ଏବଂ କହିଛି ଯେ ହିଂସା ସମୟରେ ହିନ୍ଦୁମାନଙ୍କୁ ବାଛି ବାଛି ଟାର୍ଗେଟ କରାଯାଇଥିଲା। ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଟିଏମସି, ଇଣ୍ଡିଆ ଆଲାଏନ୍ସ ଏବଂ ଧର୍ମନିରପେକ୍ଷତାର ତଥାକଥିତ ଚାମ୍ପିଅନମାନଙ୍କ ମୁହଁରୁ ମୁଖା ହଟାଇ ଦିଆଯାଇଛି। ସୁଧାଂଶୁ କହିଛନ୍ତି, “ଟିଏମସି ଏଥିରେ ବାହାର ଲୋକଙ୍କ ସମ୍ପୃକ୍ତି ଥିବା ପ୍ରଚାର କରିବାକୁ ଚେଷ୍ଟା କରିଥିଲା। ରିପୋର୍ଟରେ ଟିଏମସି ନେତା ଏବଂ ବିଧାୟକଙ୍କ ନାମ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ସ୍ଥାନୀୟ କାଉନସିଲର ମେହବୁବ ଆଲମଙ୍କ ନିର୍ଦ୍ଦେଶରେ ଏପ୍ରିଲ ୧୧ ତାରିଖ ଦିନ ୨ଟାରୁ ହିଂସା ଆରମ୍ଭ ହୋଇଥିଲା ଏବଂ ପୋଲିସ ଓ ପ୍ରଶାସନ କିଛି କରି ନଥିଲା। ୧୧୩ ଘର ଭାଙ୍ଗି ଦିଆଯାଇଥିଲା, ଲୋକଙ୍କୁ ସ୍ଥାନାନ୍ତର କରିବାକୁ ବାଧ୍ୟ କରାଯାଇଥିଲା। ଯେତେବେଳେ ଗାଁ ଲୋକେ ସାହାଯ୍ୟ ପାଇଁ ନିବେଦନ କରିଥିଲେ, ପୋଲିସ କିଛି କରି ନଥିଲା।” ବିଜେପି ମୁଖପାତ୍ର ମଧ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଯେଉଁ ପ୍ରକାରର ହିଂସା ହେଉ, ରାଜନୀତି ହେଉ, ଆକ୍ରମଣ କେବଳ ଏବଂ କେବଳ ହିନ୍ଦୁ ସମ୍ପ୍ରଦାୟ ଉପରେ ହେଉଛି । ପହଲଗାମରେ ହିନ୍ଦୁମାନଙ୍କୁ ବାଛି ବାଛି ହତ୍ୟା କରାଯାଇଥିଲା, ମୁର୍ଶିଦାବାଦରେ ହିନ୍ଦୁ ଲୋକଙ୍କ ଘର ଧ୍ୱଂସ କରିବାକୁ ଚେଷ୍ଟା କରାଯାଇଥିଲା। ମମତା ବାନାର୍ଜୀଙ୍କ ମମତାମୟୀ ହୃଦୟରେ କେବେ କରୁଣା ଜାଗ୍ରତ ହେବ, କେବେ ସେ ତାଙ୍କ ନେତାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ।”






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..