Report Card Odisha

| Daily Odia News

ଆବାସ ଅନିୟମିତତା ନେଇ ରାଜ୍ୟ ସରକାର ଙ୍କୁ ପ୍ରଶ୍ନ କଲା ବିଜେପି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସମାଜରେ ବାସ କରୁଥିବା ଗରୀବ ଶ୍ରେଣୀର ଲୋକମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଲକ୍ଷ୍ୟ ରଖି ସେମାନଙ୍କୁ ପ୍ରଥମେ ବାସଗୃହ ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ପ୍ରଧାନମନନ୍ତ୍ରୀ ଅବାସ ଯୋଜନାର ଶୁଭାରମ୍ଭ କରିଥିଲେ । ଜନଭାଗିତା କାରଣରୁ ଆଜି ସୁଦ୍ଧା ୩ କୋଟିରୁ ଉର୍ଦ୍ଧ୍ୱ ବାସଗୃହ ନିର୍ମାଣ ସମ୍ଭବ ହୋଇଛି । ଦେଶର ଗ୍ରାମାଂଚଳରେ ବାସହୀନଙ୍କ ପାଇଁ ୨.୫୨ କୋଟି ବାସଗୃହ ଏବଂ ସହରାଂଚଳରେ ୫୮ ଲକ୍ଷ ବାସଗୃହ ନିର୍ମାଣ ଶେଷ ହୋଇଛି ଏବଂ ଏଥି ପାଇଁ ମୋଦି ସରକାର ୩.୧୩ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଓଡିଶା ରାଜ୍ୟରେ ମଧ୍ୟ ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ବର୍ତମାନ ସୁଦ୍ଧା ୧୬.୮୫ ଲକ୍ଷ ବାସଗୃହ ନିର୍ମାଣ ଶେଷ ହୋଇଛି । ରାଜ୍ୟର ଜଣେ ହେଲେ ଯେପରି ବାସହୀନ ରହିବେ ନାହିଁ, ସେଥିପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ ଥିବାବେଳେ ରାଜ୍ୟସରକାରଙ୍କ ଆନ୍ତରିକତାର ଅଭାବ ପରିଲକ୍ଷିତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଓଡିଶା ଭଳି ପଛୁଆ ରାଜ୍ୟରେ ଗରୀବ ବାସହୀନମାନଙ୍କୁ ଏହି ଯୋଜନା ଅନ୍ତର୍ଗତ ବାସଗୃହ ଯୋଗାଇଦେବା ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ । ଅନ୍ୟ ପଟେ ଓଡିଆ ପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ‘ହାଉସିଂ ଫର୍ ଅଲ୍‌’ ସ୍ୱପ୍ନକୁ ଧୂଳିସାତ କରିବା ପାଇଁ ବିଧିବଦ୍ଧ ଭାବେ ଷଡଯନ୍ତ୍ର ଚଲାଇଛନ୍ତି ରାଜ୍ୟସରକାର । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ବିଜେପି ବାରମ୍ବାର ଆନ୍ଦୋଳନ କରିଛି । ବର୍ତମାନ ସୁଦ୍ଧା ପୂର୍ଣ୍ଣାଙ୍ଗ, ପ୍ରକୃତ ଓ ନିରପେକ୍ଷ ତାଲିକା ପ୍ରସ୍ତୁତ ହୋଇନାହିଁ । ତାଲିକାରେ ସାମିଲ ବାସହୀନଙ୍କୁ ବାସଗୃହ ନ ଯୋଗାଇ ଶାସକ ବିଜେଡିର ମୁଷ୍ଟିମେୟ ନେତା ଓ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଏହି ଯୋଜନାର ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ୍ କରୁଛନ୍ତି । ଯୋଗ୍ୟ ଗରୀବ ହିତାଧିକାରିଙ୍କୁ ବାସଗୃହ ନଦେଇ ଦଳୀୟ ଆଧାରରେ ବାସଗୃହ ବଂଟନ କରୁଛି ଶାସକ ବିଜେଡି । ବିଜେପିର ବାରମ୍ବାର ଦାବୀ ପରେ ବାସଗୃହ ପାଇବାରୁ ବଂଚିତ ହୋଇଥିବା ଗରୀବ ହିତାଧିକାରୀଙ୍କ ଦ୍ୱାରା ଆବେଦନ କରାଯାଇଥିବା ଦରଖାସ୍ତ ବର୍ତମାନ ସୁଦ୍ଧା ଯାଂଚ କରାଯାଇ ତାଲିକାଭୁକ୍ତ କରାଯାଇ ପାରିଲା ନାହିଁ । ଗତ ବର୍ଷ ଡିସେମ୍ବର ୧୨ ତାରିଖରେ ରାଜ୍ୟର ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିବାର ଅଭିଯୋଗ କରିବା ପରେ ଗୟା ପ୍ରସାଦ କମିଟିର ରିପୋର୍ଟ ଅନୁ୍‌ଯାୟୀ ରାଜ୍ୟରେ ବାସଗୃହ ଆବଂଟନରେ ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାର, ଅନିୟମିତତା, ପକ୍ଷପାତିତା ହୋଇଥିବାର ସ୍ପଷ୍ଟ ପ୍ରମାଣିତ ହୋଇଥିଲା । ରାଜ୍ୟର ୫ଟି ଜିଲ୍ଲାର ୯ଟି ବ୍ଲକର ସର୍ଭେରୁ ୧ଲକ୍ଷରୁ ଉର୍ଦ୍ଧ୍ୱ ଘର ବଂଟନରେ ଅନିୟମିତତା କରି ପାଖାପାଖି ୧୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବାର ଜଣାପଡିଛି । ଏଭଳି ଦୁର୍ନୀତି ଓ ଭ୍ରଷ୍ଟାଚର ବିରୁଦ୍ଧରେ ବିହୀତ ପଦକ୍ଷେପ ନେବା ପାଇଁ ଏବଂ ଜବାବ୍ ରଖିବାକୁ ଏହି କମିଟି ରାଜ୍ୟ ସରକାରଙ୍କୁ କହିଥିଲେ ମଧ୍ୟ କୈାଣସି ଉତର ମିଳିନାହିଁ । ଯେଉଁ ଅଧିକାରୀମାନେ ଏହି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସଂପୃକ୍ତ ଅଛନ୍ତି, ତାଙ୍କ ବିରୁଦ୍ଧରେ ରାଜ୍ୟ ସରକାର କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ମୋଦି ସରକାର ଆହୁରି ୯୩ ଲକ୍ଷ ଘର ଯୋଡିବାକୁ ଚାହୁଁଛନ୍ତି ଏବଂ ୨.୯୫ ଲକ୍ଷ ଘରର ନିର୍ମାଣ ଶେଷ ହେଲାଣି । ପ୍ରକୃତ ଗରୀବ ହିତାଧିକାରୀମାନେ ବାସଗୃହଟି ପାଇବାରୁ ଯେପରି ବଂଚିତ ନହୁଅନ୍ତି, ସେଥିପାଇଁ କେନ୍ଦ୍ର ସରକାର ପ୍ରଥମେ ୪ଥର ଏବଂ ଫନୀ ବାତ୍ୟ କାରଣରୁ ଓଡିଶାବାସୀଙ୍କ ପାଇଁ ପରବର୍ତୀ ସମୟରେ ଆଉ ୨ ଥର ଭାବେ ସର୍ବମୋଟ ୬ ଥର ଆବାସ େଓ୍‌ôବପୋର୍ଟାଲ ଖୋଲିଥିଲେ ସୁଦ୍ଧା ରାଜ୍ୟ ସରକାର ହିତାଧିକାରୀ ତାଲିକା ପ୍ରଦାନ କରିବାରେ ବିଫଳ ହୋଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବରଗଡ, ବଲାଙ୍ଗୀର, ବୈାଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାକୁ ଗୋଟିଏ ହେଲେ ବାସଗୃହ ଆବଂଟନ କରାନଯିବା ରାଜ୍ୟ ସରକାରଙ୍କ ରାଜନୈତିକ ଅସହିଷ୍ନୁ ମନୋଭାବକୁ ସ୍ପଷ୍ଟ କରିଛି । ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ରାଜ୍ୟ ସରକାର ସବୁବେଳେ କେନ୍ଦ୍ରକୁ ଦୋଷ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଯୋଜନା “ପ୍ରଧାନମନ୍ତ୍ରୀ ଆବାସ ଯୋଜନା”ରେ ଆବଂଟିତ ହେଉଥିବା ବାସଗୃହକୁ ମନ୍ଦ ଉଦ୍ଦେଶ୍ୟ ରଖି “ବିଜୁ ପକ୍କାଘର” ନାମରେ ବ୍ରାଣ୍ଡିଂ କରି ଓଡିଶାବାସିଙ୍କୁ ବିଭ୍ରାନ୍ତ କରି ଆସୁଥିବା ଶାସକ ବିଜେଡି ୨୦୧୯ ମସିହାରରେ ପୁଣି ଶାସନ କ୍ଷମତାକୁ ଆସିବା ପରେ ଗତ ୩ ବର୍ଷରେ ମାତ୍ର ୩୩୦୯ଟି “ବିଜୁ ପକ୍କାଘର” ଆବଂଟନ କରିଛି | ରାଜ୍ୟ ସରକାର କେବଳ ଚୋରୀ, ଭ୍ରଷ୍ଟାଚାର, ପକ୍ଷପାତିତା, ଅସହିଷ୍ନୁ ମନୋଭାବ ପ୍ରଦର୍ଶନ କରି ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ଓ ଦେଶର ସବୁଠୁ ବଡ ଜଲକଲ୍ୟାଣ ଯୋଜନା ‘ସମସ୍ତଙ୍କୁ ପକ୍କା ଘର’ ଯୋଗାଇ ଦେବାର ସ୍ୱପ୍ନକୁ ବିଫଳ କରାଇବାର ପ୍ରୟାସ ଏବଂ ରାଜ୍ୟର ସାଧାରଣ ଗରୀବ ଜନତାଙ୍କ ସ୍ୱାର୍ଥକୁ କୈାଣସି ପ୍ରକାରରେ ହତ୍ୟା କରିବାକୁ ଦିଆଯିବନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

 

 

Breaking News