Report Card Odisha

| Daily Odia News

ବିଜେପି ଅନ୍ୟ ଦଳର ବିଧାୟକଙ୍କୁ କିଣିବା କୁ ଚେଷ୍ଟା କରି ଆସୁଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୋଆରେ କଂଗ୍ରେସ ବିଧାୟକ ବିଜେପିରେ ଯୋଗଦାନକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ। କେଜ୍ରିଓ୍ୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେପି ଅନ୍ୟ ଦଳର ବିଧାୟକଙ୍କୁ କିଣିବା ଲାଗି ସବୁବେଳେ ଚେଷ୍ଟା କରି ଆସୁଛି । ପଞ୍ଜାବରେ ମଧ୍ୟ ଆପର ୧୦ ବିଧାୟକଙ୍କୁ ଯୋଗାଯୋଗ କରି ନିଜ ଆଡ଼କୁ ନେଇ ରାଜ୍ୟ ସରକାରଙ୍କୁ ଗଡ଼ାଇବା ଲାଗି ଯୋଜନା କରିଥିଲା ବୋଲି କେଜ୍ରିଓ୍ୱାଲ କହିଛନ୍ତି । ଦିଲ୍ଲୀରେ ମଧ୍ୟ ଚେଷ୍ଟା କରି ବିଫଳ ହୋଇଥିଲା ବୋଲି ସେ କହିଛନ୍ତି । ସେହିପରି ଆପ୍ ନେତା ତଥା ପଞ୍ଜାବ ମନ୍ତ୍ରୀ ହରପାଲ ଚିମା କହିଛନ୍ତି ଯେ, ପଟ୍ଟ ପରିବର୍ତ୍ତନ କରିବା ଲାଗି ବିଧାୟକଙ୍କ ପଛରେ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଏପରିକି ୨୦ରୁ ୨୫ କୋଟି ଟଙ୍କା ଯାଚୁଥିବା ସେ କହିଛନ୍ତି । ହୁଏତ କର୍ଣ୍ଣାଟକରେ ବିଜେପି ଏଥିରେ ସଫଳ ହୋଇଥାଇପାରେ, ହେଲେ ଦିଲ୍ଲୀରେ ବିଫଳ ହୋଇଛି ବୋଲି ସେ କହିଛନ୍ତି । ଏନେଇ ତାଙ୍କ ପାଖରେ କଲ୍ ରେକର୍ଡର ପ୍ରମାଣ ରହିଛି ବୋଲି ଚିମା କହିଛନ୍ତି । ତେବେ ବିଜେପି ଏହାକୁ ଖଣ୍ଡନ କରିଛି ।

Breaking News