Report Card Odisha

| Daily Odia News

‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ କରିବ ବିଜେପି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟବ୍ୟାପୀ ବ୍ୟାପକ ହେବ ବିଜେପିର ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ। ଚଳିତ ମାସ ୧୧ରୁ ୧୫ ତାରିଖ ଯାଏଁ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ହାତକୁ ନେବ ବିଜେପି। ପ୍ରତି ନିର୍ବାଚନ ମଣ୍ଡଳୀରେ ହେବ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା। ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଦାଧିକାରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ଏତିକି ନୁହେଁ, ଆସନ୍ତା ୧୪ ତାରିଖରେ ବିଭାଜନ ବିଭୀଷିକା ଦିବସ ପାଳିବାକୁ ବି ବିଜେପି ନିଷ୍ପତ୍ତି ନେଇଛି। ନୂଆପୀଢ଼ିଙ୍କୁ ଅବଗତ ଓ ସଚେତନତା ପାଇଁ ଏହି ଦିବସରେ ଅନେକ ଯୋଜନା ହାତକୁ ନିଆଯିବା ସହ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ‘ମାଆଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମରେ ପ୍ରତି ପରିବାରକୁ ସାମିଲ ଲକ୍ଷ୍ୟ ରଖିଛି ବିଜେପି।

Breaking News