Report Card Odisha

| Daily Odia News

୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟସଭା ନିର୍ବାଚନରେ ୩ସିଟ୍‌ ଦଖଲ କରିବ ବିଜେପି । ଏନେଇ ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲି ସିଂହ ତୋମାର । ୩ଟି ସିଟ୍‌ ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି । ପ୍ରାର୍ଥୀ କିଏ ହେବ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ ବୋଲି କହିଛନ୍ତି ତୋମାର । ଓଡ଼ିଶାରୁ ରାଜ୍ୟସଭାର ୪ଟି ଆସନ ଏପ୍ରିଲ ପ୍ରଥମ ସପ୍ତାହରେ ଖାଲି ହେବାକୁ ଯାଉଛି । ତେବେ ଚଳିତ ମାଓ ଶେଷ ସପ୍ତାହରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ଗତିବିଧି ବଢିଲାଣି । ରାଜ୍ୟସଭାରେ ବର୍ତ୍ତମାନ ବିଜେଡିର ୭ ଓ ବିଜେପିର ୩ ସାଂସଦ ରହିଛନ୍ତି । ଆସନ୍ତା ଏପ୍ରିଲ ୨ରେ ବିଜେପିର ସୁଜିତ କୁମାର ଓ ମମତା ମହନ୍ତ ଏବଂ ବିଜେଡିର ମୁଜିବୁଲ୍ଲା ଖାନ୍ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ।

Breaking News