ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଛନ୍ତି। ଯେମିତିକି ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତି ନେଇଛନ୍ତି। ସରକାରଙ୍କ ଏହି ବଜେଟ୍ ପରେ ରାଜନୈତିକ ଦଳର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶାସକ ଦଳର ନେତା ମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ବିରୋଧୀ ଦଳ ନେତା ଏହାକୁ ସମାଲୋଚନା କରି ନାପସନ୍ଦ କରିଛନ୍ତି | ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ କହିଛନ୍ତି ଏହି ବଜେଟ ବିକାଶ ପାଇଁ ନୁହେଁ। ଯଦି କୌଣସି ବିକାଶ ଲୋକଙ୍କ ପାଇଁ ନୁହେଁ ତେବେ ଏହା ଅଦରକାରୀ। ଲୋକ ବିରୋଧୀ ବଜେଟର ଏକ ଦଶନ୍ଧି ପୂରଣ କରି ବିଜେପି ସରକାର ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ଯାହା ଆଉ କେବେ ଭାଙ୍ଗିବ ନାହିଁ କାରଣ ବର୍ତ୍ତମାନ ଏକ ସକରାତ୍ମ ସରକାର ଆସିବାର ସମୟ ଆସିଛି। ଏହା ହେଉଛି ବିଜେପିର ବିଦାୟ ବିଜେଟ।






More Stories
ପଦ ଛାଡ଼ିଲେ ବାଂଲାଦେଶ ରାଷ୍ଟ୍ରପତି…..
‘ବନ୍ଦେ ମାତରମ’ ବିଲ୍ ଆଗତ….
ଆଶ୍ୱାସନା ଦେଲେ ସରକାର, ଅନଶନ ଭାଙ୍ଗି ଖାଦ୍ୟ ଖାଇଲେ ୱାଙ୍ଗଚୁକ……