ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୃତ୍ୟୁ କେମିତି ଆଉ କେତେବେଳେ ଆସେ କାହାକୁବି ଜଣା ନଥାଏ । ଏଭଳି ଏକ ଘଟଣା ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ବିବାହ ଆୟୋଜନ ଚାଲିଥିବା ସମୟରେ ବିଜୁଳି ଆଘାତଲାଗିବାରୁ ୧୭ ଜଣ ଙ୍କର ମୃତ୍ୟୁ ହୋଇଛି । ଏଭଳି କି ବର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ବାଂଲାଦେଶର ଶିବଗଞ୍ଜ ଠାରେ ଘଟିଛି । ଏଠାରେ ନଦୀରେ ଭାସୁଥିବା ଅବସ୍ଥାରେ ଏକ ଡଙ୍ଗାରେ ଜଣେ ବ୍ୟକ୍ତିଙ୍କ ବିବାହ ଭୋଜି ଚାଲିଥିଲା । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଲଗାତାର ବିଜୁଳି ଆଘାତରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । କିଛି ଲୋକେ ଆହତ ମଧ୍ୟ ହୋଇଛନ୍ତି । ଶିବଗଞ୍ଜ ଠାରେ ଏକ ବାହାଘରର ପାର୍ଟି ଚାଲିଥିବା ସମୟରେ ସଭିଁଙ୍କ ଖୁସି କିଛି ସମୟ ମଧ୍ୟରେ ଗଭୀର ଦୁଃଖରେ ପରିଣତ ହୋଇଯାଇଥିଲା । ସୂଚନା ଅନୁଯାୟୀ, ବାହାଘରରେ ସାମିଲ ହୋଇଥିବା ଲୋକମାନେ ବର୍ଷା ପବନରୁ ବର୍ତ୍ତିବା ପାଇଁ ଏକ ଡଙ୍ଗା ଦ୍ୱାରା ନଦୀ କୂଳରେ ଥିବା ଶିବଗଞ୍ଜର ଆଶ୍ରୟସ୍ଥଳକୁ ଯାଉଥିଲେ । ମାତ୍ର ସେହି ସମୟରେ ଏକାଧିକ ବିଜୁଳି ମାଡ ହୋଇଥିଲା । ବିଜୁଳି ମାଡ଼ରେ ୧୭ ଜଣଙ୍କର ମୃତ୍ୟୁ ସହ ବର ଗୁରୁତର ଆହତ ହୋଇଥିଲେ । ଉକ୍ତ ସମୟରେ କନ୍ୟା ସେଠାରେ ଉପସ୍ଥିତ ନଥିବାରୁ ସେ ବର୍ତ୍ତି ଯାଇଥିବା ନେଇ ସୂଚନା ମିଳିଛି ।
More Stories
ଭୋଟ୍ ଦେଲେ ରାଷ୍ଟ୍ରପତି,୯ ଟା ସୁଦ୍ଧା ୮.୧୦ ପ୍ରତିଶତ ମତଦାନ…..
ବସ୍ତି ଭିତରକୁ ପଶିଗଲା ମାଲଗାଡ଼ି ଟ୍ରେନ୍…..
୫ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..