Report Card Odisha

| Daily Odia News

ମୋର କିଛି ହେଲେ କେନ୍ଦ୍ର ଦାୟୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଯଦି ମୋ ଉପରେ ଆକ୍ରମଣ ହୁଏ, ତେବେ କେନ୍ଦ୍ର ସରକାର ଏଥିପାଇଁ ଦାୟୀ ରହିବେ | ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଜେଡ୍‌-ପ୍ଲସ୍‌ ସୁରକ୍ଷା ପ୍ରତ୍ୟାହାର ହୋଇଯିବା ପରେ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି । ଯଦି ତାଙ୍କ ଉପରେ ଆକ୍ରମଣ ହୁଏ, ତେବେ କେନ୍ଦ୍ର ସରକାର ଏଥିପାଇଁ ଦାୟୀ ରହିବେ ବୋଲି ସତ୍ୟପାଲ କହିଛନ୍ତି। ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରିନେବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କଲାବେଳେ ସତ୍ୟପାଲ ରାଜ୍ୟପାଳ ଥିଲେ। ସୁରକ୍ଷା ବ୍ୟବସ୍ଥା ଫେରାଇ ନିଆଯିବ ବୋଲି ସେ ପୋଲିସ ମୁଖ୍ୟାଳୟରୁ ଜାଣିବାକୁ ପାଇଥିଲେ। ଏବେ ତାଙ୍କୁ ଜଣେ ଏସ୍‌ପିଓ ମିଳିଥିବାବେଳେ ସେ ୩ ଦିନ ହେଲା ଆସିନାହାନ୍ତି। ତେଣୁ ଯେକେହି ତାଙ୍କୁ ଆକ୍ରମଣ କରିପାରନ୍ତି ବୋଲି ସତ୍ୟପାଲ କହିଛନ୍ତି। ଜମ୍ମୁ-କଶ୍ମୀରର ଅନ୍ୟ ପୂର୍ବତନ ରାଜ୍ୟପାଳଙ୍କୁ ଉତ୍ତମ ସୁରକ୍ଷା ବ୍ୟବସ୍ଥା ମିଳିଥିବାବେଳେ ତାଙ୍କୁ ଏଥିରୁ ବଞ୍ଚତ୍ତ କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଅନେକ ଥର ସତ୍ୟପାଲ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସେ ସମର୍ଥନ ଜଣାଇଥିଲେ। ଜମ୍ମୁ-କଶ୍ମୀରର ଦୁଇଟି ଫାଇଲ୍‌କୁ ମଞ୍ଜୁରୀ ପ୍ରଦାନ କରିବା ପାଇଁ ତାଙ୍କୁ ୩୦୦ କୋଟି ଟଙ୍କା ଲାଞ୍ଚ ଯଚାଯାଇଥିଲା ବୋଲି ସତ୍ୟପାଲ ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିଲେ।

Breaking News