ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶର ହରଦାସ୍ଥିତ ବୈରାଗଡ଼ରେ ଥିବା ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏଥିରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଅପରପକ୍ଷେ, ପ୍ରାୟ ୧୦୦ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, ଏହି କାରଖାନା ମଗରଧା ରୋଡ଼ରେ ଅବସ୍ଥିତ। ଏଠାରେ ପ୍ରାୟ ୧୧ରୁ ୧୫ ବିସ୍ଫୋରଣ ଘଟିଛି। କାରଖାନାରେ ସେ ସମୟରେ ୩୦ରୁ ଊର୍ଦ୍ଧ୍ବ ଶ୍ରମିକ କାମ କରୁଥିଲେ। ଆମ୍ବୁଲାନ୍ସ ଜରିଆରେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି। ବାଣ କାରଖାନାରେ ପ୍ରବଳ ବିସ୍ଫୋରଣ ପରେ ଅନେକ କିଲୋମିଟର ପର୍ଯ୍ୟନ୍ତ ଭୂକମ୍ପ ଭଳି କମ୍ପନ ଅନୁଭୂତ ହୋଇଥିଲା। ଅଗ୍ନିଶମ ବାହିନୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……