ରିପୋର୍ଟ କାର୍ଡ / ବାଲେଶ୍ଵର
ସାବିତ୍ରୀ ଅମାବାସ୍ୟାରେ ସ୍ବାମୀଙ୍କୁ ଛାଡ଼ି ପ୍ରେମିକ ସହ ପଳାଇଲେ ମହିଳା | ପ୍ରତ୍ୱେକ ସ୍ତ୍ରୀ ସାବିତ୍ରୀରେ ସ୍ବାମୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ବ୍ରତ ରଖିଥାନ୍ତି | ହେଲେ ଏଭଳି ଦିନରେ ବାଲେଶ୍ଵର ଜଳେଶ୍ବର ଥାନା ଆରୁହା ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ବାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଯାଇଛନ୍ତି | ଅଭିଯୋଗ ଅନୁସାରେ, ସମ୍ପୃକ୍ତ ମହିଳାଙ୍କର ରେଳ ବିଭାଗରେ କାର୍ଯ୍ୟ କରୁଥିବା କଟକ ଅଞ୍ଚଳର ଜଣେ ବିବାହିତ ଯୁବକଙ୍କ ସହ ବେଶ କିଛି ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା। ଏପରିକି ଉଭୟ ସୋସିଆଲ ମିଡିଆରେ ଉଭୟଙ୍କ ଆପତ୍ତିଜନକ ଫଟୋ ଦିଆନିଆ କରୁଥିଲେ। ଏ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ମନୋମାଳିନ୍ୟ ମଧ୍ୟ ହେଉଥିଲା। ଏପରିକି ମହିଳାଙ୍କ ବାପଘର ଲୋକଙ୍କ ଉପସ୍ଥିତିରେ ଘଟଣାର ସମାଧାନ ବି ହୋଇଥିଲା। ସେପଟେ ଗତ ଦୁଇଦିନ ତଳେ ସମ୍ପୃକ୍ତ ମହିଳା ଜଣକ ବସ୍ତା ଅଞ୍ଚଳରେ ଥିବା ତାଙ୍କ ବାପଘରକୁ ଯାଇଥିଲେ। ସାବିତ୍ରୀ ବ୍ରତ ଥିବାରୁ ଗତକାଲି ସ୍ବାମୀ ଶ୍ବଶୁର ଘରକୁ ଯାଇ ପତ୍ନୀଙ୍କୁ ନେଇ ଆସିଥିଲେ। ଗତକାଲି ସ୍ବାମୀ ବ୍ରତ ପାଇଁ ପୂଜା ସାମଗ୍ରୀ କିଣିବାକୁ ଘରୁ ବାହାରି ଯିବା ବେଳକୁ ପତ୍ନୀ ପିଲାମାନଙ୍କ ସହ ବିଛଣାରେ ଶୋଇଥିଲେ। ଆଉ ପୂଜା ସାମଗ୍ରୀ ଧରି ଘରକୁ ଫେରିବା ବେଳକୁ ପତ୍ନୀ ଉଭାନ। ଖୋଜାଖୋଜି କରିବା ବେଳେ ମହିଳା ଜଣଙ୍କ ତାଙ୍କ ପ୍ରେମିକ ସହ ଫେରାର ହୋଇ ଯାଇଥିବା ସ୍ବାମୀ ଜାଣିବାକୁ ପାଇଥିଲେ। ମହିଳାଙ୍କର ଜଣେ ୧୨ବର୍ଷର ପୁଅ ଓ ୬ ବର୍ଷର ଝିଅ ରହିଛନ୍ତି। ଛୋଟ ଝିଅଟି ମାଆଙ୍କୁ ଖୋଜି କାନ୍ଦୁଥିବା ବେଳେ ମହିଳାଙ୍କ ସ୍ବାମୀ ଜଳେଶ୍ବର ଥାନାରେ ଘଟଣା ନେଇ ଲିଖିତ ଅଭିଯୋଗ କରିଛନ୍ତି।






More Stories
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଜଳିଗଲା ବସ୍….