ରିପୋର୍ଟ କାର୍ଡ / ବାଲେଶ୍ଵର
ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ହାଇଦ୍ରାବାଦ ଅଞ୍ଚଳରୁ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କା ବଡ଼ମନ୍ଦାରୁଣୀ ଗ୍ରାମରୁ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ବଡ଼ମନ୍ଦାରୁଣୀ ଗ୍ରାମର ଉମାକାନ୍ତ ବେହେରା ଜ୍ୱାଇଁ ଗୋପାଳ ବେହେରା ହାଇଦ୍ରାବାଦ ଠାରେ ଏଗ୍ରୋ କମ୍ପାନୀରେ ୧୦ ବର୍ଷ ଧରି କାମ କରୁଥିଲେ। ତିନି ଦିନ ବ୍ୟାଙ୍କ ଛୁଟି ଥିବାରୁ ମାଲିକ ଲକରରେ ୨୦ ଲକ୍ଷ ୮୦ ହଜାର ୬୭୦ ଟଙ୍କା ରଖିଥିଲେ। ଏହାର ସୁଯୋଗରେ ଗୋପାଳ ଟଙ୍କା ଚୋରି କରି ହାଇଦ୍ରାବାଦରେ ରହୁଥିବା ଶାଳକକୁ ଦେଇଥିଲା | ଶାଳକ ଘର ଥିବା ବାପା ଓ ମା କୁ ଜଳେଶ୍ଵର ଷ୍ଟେସନକୁ ଡାକି ଟଙ୍କା ଭର୍ତ୍ତୀ ବ୍ୟାଗ ଦେଇଥିଲେ। ହାଇଦ୍ରାବାଦ ପୋଲିସ ପାଖରେ ଅଭିଯୋଗ ପରେ ଆଜି ବଡ଼ମନ୍ଦାରୁଣୀ ଗ୍ରାମରେ ହାଇଦ୍ରାବାଦ ପୋଲିସ ଓ କମର୍ଦ୍ଦା ପୋଲିସ ମିଳିତ ସହାୟତାରେ ଖତ ଗଦାରୁ ଲକ୍ଷାଧିକ ଟଙ୍କା ଜବଦ କରାଯାଇଥିଲା। ଗୋପାଳ ଫେରାର ହୋଇଯାଇଥିବା ବେଳେ ଶାଳକ ରବୀନ୍ଦ୍ର ବେହେରା ଓ ଶାଶୂଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ହାଇଦ୍ରାବାଦ ପୋଲିସ ପାଖରେ ଅଭିଯୋଗ ପରେ ଆଜି ବଡ଼ମନ୍ଦାରୁଣୀ ଗ୍ରାମରେ ହାଇଦ୍ରାବାଦ ପୋଲିସ ଓ କମର୍ଦ୍ଦା ପୋଲିସ ମିଳିତ ସହାୟତାରେ ଖତ ଗଦାରୁ ଲକ୍ଷାଧିକ ଟଙ୍କା ଜବଦ କରାଯାଇଥିଲା। ଗୋପାଳ ଫେରାର ହୋଇଯାଇଥିବା ବେଳେ ଶାଳକ ରବୀନ୍ଦ୍ର ବେହେରା ଓ ଶାଶୂଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..