ରିପୋର୍ଟ କାର୍ଡ / ବାଲେଶ୍ଵର
ଶୋଭାରାମପୁରରେ ଗତକାଲି ଯୁବକଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ତନାଘନା ଆରମ୍ଭ କରୁଛି ସହଦେବଖୁଣ୍ଟା ଥାନା ପୋଲିସ | ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରୁ କଥା କଟାକଟିରୁ ଏହି ଗୁଳି କାଣ୍ଡ ହୋଇଥିବା ଜଣାଯାଇଛି। ବିନୟ କୁମାର ନାମକ ଯୁବକଙ୍କ ବାମ ହାତରେ ଗୁଳି ବାଜିଥିବା ବେଳେ ତାଙ୍କୁ ବାଲେଶ୍ଵର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଗୁଳି ମାଡ଼ର ଶିକାର ହୋଇଥିବା ବିନୟ କୁମାର ଓ ଗୁଳି ମାଡ଼ରେ ସମ୍ପୃକ୍ତ ଥିବା ୮ ଜଣ ସମସ୍ତେ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ। ସମସ୍ତଙ୍କ ନାଁରେ ପୂର୍ବରୁ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି |






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..