Report Card Odisha

| Daily Odia News

ମାସକରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ସ୍ଥିତ ୟୁନିଟ୍-୩ ମସଜିଦ୍‌ କଲୋନୀରେ ଡ୍ରେନ ପାଣିରେ ଭାସି ଜଣେ ନାବାଳକର ମୃତ୍ୟୁ ପରେ ଭୁବନେଶ୍ୱର ମହାନଗର ନିଗମ ତତ୍ପରତା ଦେଖାଇଛି । ରାଜଧାନୀରେ ଥିବା ମୁକୁଳା ଡ୍ରେନ ଉପରେ ମାସକ ଭିତରେ ସ୍ଲାବ ପଡ଼ିବ | ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ୍। ବିଏମସି କମିଶନର କହିଛନ୍ତି ଯେ, ମାସକ ଭିତରେ ଭୁବନେଶ୍ୱରରେ ମୁକୁଳା ଡ୍ରେନ ଉପରେ ସ୍ଲାବ୍ ପଡ଼ିବ। ସପ୍ତାହକ ଭିତରେ ଡ୍ରେନ ବ୍ୟାରିକେଡ କାମ ସରିବ। ସେ ଆହୁରି କହିଛନ୍ତି ଯେ, ଭୁବନେଶ୍ୱର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ୍  ରହିଛି। ସେଥିରୁ ବିଏମସି ଅଧୀନରେ ୧୩୮୦ କିଲୋମିଟର ଆସୁଛି। ଏହା ଭିତରେ ରହିଛି ୨୭ କିଲୋମିଟର ମୁକୁଳା ଡ୍ରେନ। ସେସବୁକୁ ଚିହ୍ନଟ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ମାସକ ଭିତରେ ସ୍ଲାବ୍ କାମ ସରିବ। କିଛି ସ୍ଥାନରେ ଡ୍ରେନ୍ ଉପରେ ଜବରଦଖଲ ରହିଛି। ବିଭିନ୍ନ ବିଭାଗ ସହ ସମନ୍ୱୟ ବୈଠକ କରାଯାଇ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି। ବ୍ୟାରିକେଡ଼ ପାଇଁ ୩୪ଟି ସ୍ଥାନ ଚିହ୍ନଟ ହୋଇଛି।

Breaking News